BREAKING
Loading...
:

ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତା ଙ୍କ ଶପଥ ପାଠ ସମାରୋହ

 ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତା ଙ୍କ ଶପଥ ପାଠ ସମାରୋହ 

ନୟାଗଡ (ମଣିଭଦ୍ରା ଖବର ବ୍ୟୁରୋ ) ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତା ଙ୍କ ଶପଥ ଗ୍ରହଣ ସମାରୋହ ନିର୍ବାଚନ ଅଧିକାରୀ ଶ୍ରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ରାଜ୍ୟ ବାର କଉନସିଲ ସଭ୍ୟ ଶ୍ରୀ ପୀତବାସ ପଣ୍ଡା ଏବଂ ଅକ୍ଷୟ କୁମାର ସାମନ୍ତରାୟ ସ୍ୱତନ୍ତ୍ର ଅତିଥି ନିମନ୍ତ୍ରଣ କରାଯାଇ ଉଭୟ ଙ୍କୁ ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲl l ଓକିଲ ସଂଘ ର ନବନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ଉପସଭାପତି ଶ୍ରୀ ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଭାବେ ସ୍ବଦେଶ ମିଶ୍ର, ସହ-ସମ୍ପାଦକ ଶ୍ରୀ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଶ୍ରୀ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ଶ୍ରୀ ନୀରାକାର ମହଲ,ଶ୍ରୀ ହରେକୃଷ୍ଣ ପ୍ରଧାନ,ଶ୍ରୀ ବିଭୁଦତ୍ତ ସାହୁ ଏବଂ ଶ୍ରୀ ସୁନୀଲ ମହାପାତ୍ର ଙ୍କୁ ବରିଷ୍ଠ ଆଇନଜୀବୀ ଶ୍ରୀ ଦଣ୍ଡପାଣି ନାୟକ ପଦ ଗୋପନୀୟତା ର ଶପଥ ପାଠ କରାଇଥିଲେ l ଏହି ସମାରୋହ ରେ ଦ୍ଵିତୀୟ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଦାଶ ସମସ୍ତ ଆଇନଜୀବୀ ମାନଙ୍କ ସହଯୋଗ କାମନା କରୁଥିଲେ l ବହୁ ସଂଖ୍ୟାରେ ଆଇନଜୀବୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲ ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS