BREAKING
Loading...
:

ମା ମାନଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଖଜୁରିକୋଳି

 ମା ମାନଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଖଜୁରିକୋଳି

ସମ୍ବଲପୁର: (ମଣିଭଦ୍ରା ଖବର) ସରକାର ନବଜାତକ ଶିଶୁ ଓ ଜନନୀ ମାନଙ୍କୁ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅଙ୍ଗନବାଡି ଦିଦିଙ୍କ ଜରିଆରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ନିୟମ କରି ତାକୁ କାର୍ଯ୍ୟକାରୀ କରୁଛନ୍ତି । ହେଲେ କିଛି ଲାଭଖୋର ମନୋବୃତ୍ତି ରଖିଥିବା ଅସାଧୁ କର୍ମଚାରୀ ମାନଙ୍କ ପାଇଁ ତାହା ପୃଷ୍ଟିକର ବଦଳରେ ଅପପୃଷ୍ଟିକର ଖାଦ୍ୟ ଦେଇ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି । ଏଭଳି ଏକ ଘଟଣା ବରଗଡ଼ ଜିଲ୍ଲା ବରପାଲି ସହରର ୱାର୍ଡ ନମ୍ବର ୩ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ, ଆଜି ମା' ମାନଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ଛତୁଆ, ବାଦାମ୍ ଲଡ଼ୁ, ମୁର୍‌ହି, ଚନା ଓ ଖଜୁରୀ କୋଳି ଯୋଗାଇ ଦିଆଯାଇଥିଲା । ତେବେ ମହିଳାମାନେ ଘରେ ଆସି ଖଜୁରିକୋଳି ଖୋଲିବା ପରେ ପ୍ୟାକେଟରୁ ଦୁର୍ଗନ୍ଧ ବାହାରିବା ସହ ପୋକ ସାଲୁବାଲୁ ହେଉଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅସନ୍ତୋଷ ଦେଖା ଦେଇଛି । ସରକାରଙ୍କ ନିୟମ ଅନୁସାରେ, ପ୍ରତି ମାସରେ ଖାଦ୍ୟ ଯୋଗାଣ କରୁଥିବା ମହିଳା ଏସଏଚଜି ଗୋଷ୍ଠୀ ଉପରେ ଖାଦ୍ୟର ଗୁଣବତ୍ତାର ଯାଞ୍ଚ ହେବା କଥା । ହେଲେ କେବଳ କାଗଜ କଲମରେ ଏହା ସାରି ଦେଉଥିବାରୁ ଆଜି ଏଭଳି ଘଟଣା ସାମ୍ନାକୁ ଆସିଥିବା ଜଣାପଡୁଛି । ତେବେ ଯଦି ଏହି କୋଳି କେହି ମା ଖାଇ ରୋଗଗ୍ରସ୍ତ ହୋଇଥିବେ ଦାୟୀ କିଏ ହେବ ବୋଲି ପ୍ରଶ୍ନ ଉଠୁଛି । ଏହି ଘଟଣା ପରେ ସଂପୃକ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ସାତ ଖୁନ୍‌ ମାଫ୍ ନୀତିରେ ସମୁଦ୍ର ପାର କରି ଦିଆଯିବ ବୋଲି ଆଲୋଚନା ହେଉଛି । ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଭାବରେ ଦିଆ ଯାଉଥିବା ଛତୁଆ ବର୍ତ୍ତମାନ ଗେlଖାଦ୍ୟ ରେ ବ୍ୟବହାର ହେଉଛି। ଏନେଇ ବ୍ଲକ୍ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ଗ୍ରହଣ ନକରିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ । ସେହିପରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାରଙ୍କୁ ଯୋଗାଯୋଗ କରିବାରୁ ମୁଁ ତାଲିମ ପାଇଁ ଭୁବନେଶ୍ବରରେ ଅଛି ବୋଲି କହିଥିଲେ । ଏହି ଘଟଣାକୁ ଗୁରୁତର ସହିତ ବିଚାର କରି ସମ୍ପୃକ୍ତ ମହିଳା ଏସଏଚଜି ଗୋଷ୍ଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲାଇସେନ୍ସ୍ ରଦ୍ଦ କରାଯାଉ ବୋଲି ଦାବି ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS