BREAKING
Loading...
:

ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ(ଓଷ୍ଟା)ର ଜିଲ୍ଲାସ୍ତରୀୟ ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

 ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ(ଓଷ୍ଟା)ର ଜିଲ୍ଲାସ୍ତରୀୟ ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ


ସମ୍ବଲପୁର (ମଣିଭଦ୍ରା ଖବର) 


ବରପାଲି ଜଗବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ (ଓଷ୍ଟା)ର ପଞ୍ଚମ ଜିଲ୍ଲା ସ୍ତରୀୟ  ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ନନ୍ଦଲାଲ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁର୍ବାହ୍ନରେ ପ୍ରତିନିଧି ପଞ୍ଜିକରଣ କରାଯାଇଥିବା ବେଳେ  ବିଘ୍ନରାଜ ଗଣପତୀ ପ୍ରଭୁଙ୍କୁ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ଵଳନ ଓ ପୂଜାର୍ଚ୍ଚନା ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।  ରାଜ୍ୟ ଓଷ୍ଠା କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ରାଜ୍ୟ  ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ଯ ଯୁଗ୍ମ-ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ଵାଳ, ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ରଞ୍ଜିତା  ମିଶ୍ର 

ରାଜ୍ୟ ଉପ-ସଭାପତି ଶ୍ରୀକାନ୍ତ ସାହୁ, ପ୍ରମୋଦ କୁମାର ସ୍ବାଇଁ, ରାଜ୍ୟ ସଂପାଦକ ମାଣିକେଶ୍ଵର ସ୍ବାଇଁ, ପ୍ରଣବ କୁମାର ଜେନା, ମୃତ୍ଯୁଞୟ ବେହେରା, ସହ-ସମ୍ପାଦକ ଆଶୁତୋଷ ରଥ, ପୂର୍ବତନ ଜିଲ୍ଲା ସମ୍ପାଦକ ହରିନାରାୟଣ ପଣ୍ଡା, ଅନୁଗୁଳ ସମ୍ପାଦକ ତ୍ରିଲୋଚନ ଦାଶ, କଳାହାଣ୍ଡି ସମ୍ପାଦକ ପ୍ରଭାତ ରଥ, ସୋନପୁର ସଂପାଦକ ସୁଶୀଲ କୁମାର ବିଶି, ସମ୍ବଲପୁର ସମ୍ପାଦକ ବିଭୂତି ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲା ସମ୍ପାଦକ  ସଞ୍ଜୟ କୁମାର  ସିଂହ ସଂପାଦକୀୟ ବିବରଣୀ ପାଠ ପୂର୍ବକ ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଦେଇ ବରଗଡ ଜିଲ୍ଲା ଓଷ୍ଠା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଉପସଭାପତି ଅନୁସୂୟl  ଦେବତା  ଓ ବ୍ଲକ ସମ୍ପାଦକ ସରୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଚାଲୁଥିବା ସରକାରଙ୍କ ଶିକ୍ଷାନୀତି, ବିଭିନ୍ନ ବର୍ଗର ଶିକ୍ଷକମାନଙ୍କ ପ୍ରତି ଚାଲୁଥିବା ପାତର ଅନ୍ତର ନୀତି କାର୍ଯ୍ଯକଳାପକୁ ନେଇ ସଂଘ  ନିନ୍ଦା କରିବା ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଥିବା ଶିକ୍ଷକମାନଙ୍କ ସମସ୍ୟା, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରାପ୍ତ କରେଇବା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଯେଉଁମାନଙ୍କର ବୟସ ୪୮ ବର୍ଷ ସେମାନଙ୍କୁ ଟିଜିଟି ସ୍କେଲରେ ଦରମା ପ୍ରଦାନ ଏବଂ ନୂତନ ଅନୁଦାନ ପାଇଥିବା ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ ପ୍ରଦାନ ଆଦି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରି ଏହାର ତୁରନ୍ତ ସମାଧାନ ପାଇଁ ଓଷ୍ଠା ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରିଚାଲିଛି ଓ ଆଗକୁ ମଧ୍ୟ ଶିକ୍ଷକ ମାନଙ୍କ ବିଭିନ୍ନ ଅଧିକାର ପାଇଁ ଲଢେଇ କରିବ । ଏହି ଅବସରରେ ସାମ୍ବିଧାନିକ ନିୟମ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥାଏ । ଏହି ନିୟମ ଅନୁସାରେ ଆଜି ବରଗଡ଼ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ତୋରା ବାଳିକା ଉଚ୍ଚ ବିଦ୍ୟାଳୟର ଜଗନ୍ମୟୀ ମିଶ୍ର, କାର୍ଯ୍ୟକାରୀ ସଭାପତି ଦେବାନନ୍ଦ ବିଶି, ଉପସଭାପତି ଭାବେ ଟୋପ ହାଇସ୍କୁଲର ଅନୁସୂୟା ଦେବତା, ଭେଡେନ ବ୍ଲକର ରୁଦ୍ରଦେବ ସାହୁ ଓ ସରଣ୍ଡା ଉଚ୍ଚ ବିଦ୍ୟାଳୟର ସଚିଦାନନ୍ଦ ପ୍ରଧାନ, ସମ୍ପାଦକ ଭାବେ ବିଜେପୁର ବ୍ଲକ ବରମୁଣ୍ଡା ହାଇସ୍କୁଲର ସଞ୍ଜୟ ସିଂହ, ଯୁଗ୍ମ ସମ୍ପାଦକ ଭାବେ ମହଲା ହାଇସ୍କୁଲର ସରୋଜ ସାହୁ, ଅମାପାଲି ହାଇସ୍କୁଲର ମିନତୀ ମହାପାତ୍ର, କୁଲୁଣ୍ଡା ହାଇସ୍କୁଲର ଯାଦବ ପଧାନ, କାର୍ଯ୍ୟକାରୀ କମିଟି ସଭ୍ଯ ଭାବେ ପ୍ରସନ୍ନ   ମେହେର, ଡୋଲାମଣି ତରିଆ, ଋଷଭ ହୋତାଙ୍କୁ ମନୋନୀତ କରାଯାଇ ମଞ୍ଚାସୀନ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ୧୨ଟି ବ୍ଲକର ସମସ୍ତ ଓଷ୍ଠାର କର୍ମକର୍ତ୍ତା ତଥା ବଲାଙ୍ଗିର, ସମ୍ବଲପୁର ଓ ସୁବର୍ଣ୍ଣପୁରର ଜିଲ୍ଲା କର୍ମକର୍ତ୍ତା ମାନେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS