BREAKING
Loading...
:

ବାର ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମ ଦର୍ଶନର ଲକ୍ଷ୍ୟ ନେଇ ପଦଯାତ୍ରାରେ ବାହାରିଛନ୍ତି ବିହାର ରାଜ୍ୟର ଯୁବକ ଗୌରବ ତିୱାରୀ

 ବାର ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମ ଦର୍ଶନର ଲକ୍ଷ୍ୟ ନେଇ ପଦଯାତ୍ରାରେ ବାହାରିଛନ୍ତି ବିହାର ରାଜ୍ୟର ଯୁବକ ଗୌରବ ତିୱାରୀ 

ସମ୍ବଲପୁର (ମଣିଭଦ୍ରା ଖବର) ପାଦରେ ଚାଲି ଭାରତରେ ଥିବା ବାର ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମ ଦର୍ଶନର ଲକ୍ଷ୍ୟ ନେଇ ଜଣେ ଯୁବକ ଯାତ୍ରା ଆରମ୍ଭ କରିଛନ୍ତି। ଆଜିର ଯୁଗରେ ଏ କଥା ବିଶ୍ୱାସ ନ ହେଲେ ମଧ୍ୟ ନିରାଟ ସତ୍ୟ । ବିହାର ପ୍ରଦେଶର ମୁଜାଫର୍‌ପୁର ନିବାସୀ ୨୮ ବର୍ଷ ବୟସ୍କ ଗୌରବ ତିୱାରୀ ଚାରି ମାସ ହେଲା ପଦଯାତ୍ରା ଆରମ୍ଭ କରି ପ୍ରାୟ ୨୮୦୦ କିଲୋମିଟର ଯାତ୍ରା କରି ହରିଦ୍ଵାର, କାଶୀ ବିଶ୍ଵନାଥ, ବାବା ବୈଦ୍ୟନାଥ ଧାମ, ପୁରୀ ଯାତ୍ରା ସମାପ୍ତ କରି ଆଜି ବୁଧବାର ସକାଳେ ବରପାଲିରେ ପହଞ୍ଚିଥିଲେ । ଦୈନିକ ସେ ଏବେ ପ୍ରାୟ ୩୦ ରୁ ୩୫ କିଲୋମିଟର ଯାତ୍ରା କରୁଛନ୍ତି । ଏଠାରୁ ସେ ଉଜ୍ଜୟିନୀର ମହାକାଲ ଦର୍ଶନ ପାଇଁ ରାୟପୁର ଯାତ୍ରା କରିଛନ୍ତି। ଏହି ବାର ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମ ଦର୍ଶନ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ପ୍ରାୟ ଏକ ବର୍ଷ ଛଅ ମାସ ଲାଗିଯିବ ବୋଲି ସେ ପ୍ରକାଶ କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାଁନ୍ତି ବୋଲି ସେ କହିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS