ବଟ ଗୋସେଇଁ ପାଖରେ ଗୁହାରି ପଡିଲେ ପୂରଣ ହୁଏ ମନସ୍କାମନା ।
ଚାରିଛକ (ମଣିଭଦ୍ରା ଖବର) ନିକଟସ୍ଥ ଛନିଜଙ୍ଗ ଭୋଗସାଳଦା ମଧ୍ୟ ଭାଗରେ ଥିବା ବଟ ଗୋସେଇଁ ଙ୍କ ପ୍ରସିଦ୍ଧ ମାଇପି ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ବଟ ଗୋସେଇଁ ମାଇପି ମେଳା ଶହେ ଶହ ବର୍ଷର ବୋଲି ବଟ ଗୋସେଇଁ ଫାଉଣ୍ଡେସନ ମାଇପି ମେଳା ଟ୍ରଷ୍ଟ ର ସମ୍ପାଦକ ବା ସମାଜସେବୀ ରଞ୍ଜିତ ସାହୁ କହିଥିଲେ । ଏହି ପୀଠରେ ବିଭିନ୍ନ ଅଞ୍ଚଳକୁ ପୁରୁଷ ମହିଳା ମାନସିକ ଧାରୀ ମାନେ ମାନସିକ କରି ଗୁହାରିଆ ପଡ଼ିଥାନ୍ତି । ଯେଉଁ ଶ୍ରଦ୍ଧାଳୁ ମାନେ ଗୁଆ ନଡ଼ିଆ ପତକା ଦେଇ ମାନସିକ କରନ୍ତି ତାଙ୍କର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଉତ୍ସଵ ରେ ସେଲ୍ଫ ଇମପାୱାରମେଣ୍ଟ ଗୃପ ଓ ଓଡିଶା ଡ୍ରାଇଭର ସଂଘ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳ ସେବା ଯୋଗାଇ ଦିଆଯାଇଥିଲା । ଏହି ମେଳା କାର୍ଯ୍ୟକ୍ରମ ରେ ବଟ ଗୋସେଇଁ ଫାଉଣ୍ଡେସନ ମାଇପି ମେଳା ଟ୍ରଷ୍ଟର ସଭାପତି ସୁଧୀର ମହାନ୍ତି ,ସଂମ୍ପାଦକ ରଞ୍ଜିତ ସାହୁ ,ପରିଚାଳନା କମିଟିର ସଭାପତି ଗୋପବନ୍ଧୁ ଲେଙ୍କା ,ଭାସ୍କର ସ୍ୱାଇଁ ,ଭରତ ପ୍ରଧାନ ,ଯୁଧିଷ୍ଠିର ନାୟକ ,ବାବୁଲି ପରିଡା ଗଙ୍ଗାଧର ଲେଙ୍କା ,ଛବିଳ ଲେଙ୍କା ,ପ୍ରମୋଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment