ନଦୀ ଗଣ୍ଡାରେ ଖସି ପାଞ୍ଚ ବର୍ଷର ଝିଅ ମୃତ
ଦଶପଲ୍ଲା (ଚିତ ରଂଜନ ମିଶ୍ର ) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ର ଦିଣ୍ଡାଭୁଇ ଗ୍ରାମରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି, ସେହି ଗ୍ରାମର ସନ୍ତୋଷ ପ୍ରଧାନଙ୍କ ୫ବର୍ଷ ର ଝିଅ ସନ୍ତୋଷିନି ଧରି ପାଖରେ ଥିବା କୁଆରିଆ ନଦୀ କୁ ଯାଇ ଥିଲେ, ଝିଅକୁ ଗଣ୍ଡ ପାଖରେ ବସାଇ ଶୌଚ ହେବା ପାଇଁ ଯାଇଥିବା ବେଳେ ସେଠାରୁ ଆସି ଦେଖିଲେ ଝିଅ ସେଠାରେ ନାହିଁ, ବହୁତ ତାଙ୍କ ନାମ ଧରି ଡ଼ାକିଲେ ନସୁଣିବା ଫଳରେ ସେବ୍ୟତିବ୍ୟସ୍ତ ହୋଇ ପଡିଲେ, ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ଗଣ୍ଡ ଖୋଜିବାରେ ଗଣ୍ଡ ଭିତରୁ ପିଲାକୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତଖାନାକୁ ନେଇଯାଇଥିଲେ, ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ, ପୋଲିସ ସେଠାରେ ପହଞ୍ଚି ଶବ ଜବତ କରି ପୋଷ୍ଟ ମଟମ କରି ପରିବାର କୁ ହସ୍ତାନ୍ତର କରିଥିଲେ, ଏହି ଦୁଃଖତ ଘଟଣା ଶୁଣି ଗ୍ରାମବାସମାନେ ମର୍ମାହତ କାରଣ ଗ୍ରାମରେ ଆଜି ଦଣ୍ଡନାଚ ର ଅନ୍ତିମ ଦିନରେ ମଣିମାଘର ଭୋଜି ଚାଲିଥିବା ସମୟରେ ଏଇଭଳି ଘଟଣା ଘଟିଛି ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment