BREAKING
Loading...
:

ଆପ୍" ତରଫରୁ ବାବା ସାହେବ ଆମ୍ୱେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

 *"ଆପ୍" ତରଫରୁ ବାବା ସାହେବ ଆମ୍ୱେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ* 


ବ୍ରହ୍ମପୁର (ମଣିଭଦ୍ରା ଖବର) ,ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ 134 ତମ ଜୟନ୍ତୀରେ ଲାଞ୍ଜିପଲ୍ଲୀ ଏବଂ ଇଞ୍ଜିନିଅରିଙ୍ଗ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ଭାରତର ବରପୁତ୍ର ବାବାସାହେବ ଦେଶର ଶାସନ ବ୍ୟବସ୍ଥା ପାଇଁ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ, ଆଜି ତାହା ବିପଦରେ ଅଛି l ସାମ୍ପ୍ରଦାୟିକ ଶକ୍ତି ତାକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି, ତେଣୁ ଆମେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବା ସହ ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଯେଉଁ ଆକ୍ରମଣ ହେଉଛି ତାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ଆହ୍ୱାନ ଦେଇଥିଲେ l

   ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ଲିଗାଲସେଲ ସଭାପତି କୈଳାଶ ସେଠୀ, ଅଭିମନ୍ୟୁ ଦଳାଇ, ସୁଦର୍ଶନ ମଲ୍ଲିକ, ଗୌରାଙ୍ଗ ଦାସ, ବିଷ୍ଣୁ ରଣା, ମନୀଷା ଜେନା, ସତୀଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS