BREAKING
Loading...
:

ଓଡିଆ ପକ୍ଷ " ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ*

 *ଓଡିଆ ପକ୍ଷ "  ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ* 

ରାୟଗଡ଼:( ମଣିଭଦ୍ରା ଖବର) ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ "ଓଡିଆ ପକ୍ଷ  ୨୦୨୫" ଭାବେ ପାଳନ ଅବସରରେ ଆଜ ତା ୦୫.୦୪.୨୦୨୫ ତାରିଖ ଶନିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସାଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା  ୦୫/୦୪/୨୫ ତାରିଖ ସକାଳ ୦୫.୩୦ ସମୟରେ ରାୟଗଡ଼ା ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା  ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । 

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ପତାକା ଦେଖାଇ ଶୁଭରାମ୍ଭ କରିଥିଲେ l ଏହି ଗଣ ଦୌଡ଼ରେ ଅଂଶଗ୍ରହଣକାରୀ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା।  ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର,ଡି ଆଇ ପି ଆର ଓ ବସନ୍ତ କୁମାର ପ୍ରଧାନ , ଡି ସି ଓ ସୁସ୍ମିତା ବାଉରୀଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ 

ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଯୋଗ ଦେଇଥିଲେ  । 

ଉକ୍ତ ଗଣଦୌଡ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ କାଳୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ସଦଭାବନା  ସ୍ପୋର୍ଟସ କମ୍ପ୍ଲେକ୍ସ -ରାୟାଗଡା ଆର.ଟିଓ ଅଫିସ୍ -ସରସ୍ୱତୀ ଶିଶୁ ମନ୍ଦିର  - ପ୍ରେମ ପାହାଡା - ଲାଇଂସକ୍ଲବ ଦେଇ ପରିଶେଷରେ ରାୟଗଡାର ସଦଭାବନା  ସ୍ପୋର୍ଟସ କମ୍ପ୍ଲେକ୍ସ ସମାପ୍ତ ହେଇଥିଲା । ତାପରେ  ଉତ୍ସବଟି ଉଦଯାପନ ସହ  ସମସ୍ତ ଅଂଶଗ୍ରହଣକାରୀ ସକାଶେ  ଜଳପାନର ବ୍ୟବସ୍ଥା କରାଯାଇଥିଲା ।।

ଉକ୍ତ ଗଣଦୌଡର କାର୍ଯ୍ୟକ୍ରମରେ  ଏଡିଏମ ଶ୍ରୀ ନାୟକ , ପିଏ ଆଇ ଟି ଡି ଏ ଶ୍ରୀ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁଚରଣ ମାଝୀ, କର୍ମକର୍ତ୍ତା  ଓ ସହ କର୍ମକର୍ତ୍ତା ବୃନ୍ଦ, ଡି ସି ଓ ସହ କର୍ମକର୍ତ୍ତା ବୃନ୍ଦ,କ୍ରୀଡାବିତ୍, ୱାକର୍ଶ କ୍ଲବ ସଦସ୍ୟମାନେ,ବୁଦ୍ଧିଜୀବୀ,ଜନସାଧାରଣ,ଉମେନ୍ସ କଲେଜର ବିଦ୍ୟାର୍ଥୀମାନେ,ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS