BREAKING
Loading...
:

ବର୍ଣ୍ଣବୋଧ ଉତ୍ସବ ପାଳନ, ହିଲ୍ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ

 *ବର୍ଣ୍ଣବୋଧ ଉତ୍ସବ ପାଳନ, ହିଲ୍ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ*           

   ବ୍ରହ୍ମପୁର (ମଣିଭଦ୍ରା ଖବର) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ହିଲ୍ ପାଟଣା ଠାରେ ରାଜ୍ୟ ସରକାର ଙ୍କ ପରିକଳ୍ପିତ ବର୍ଣ୍ଣବୋଧ ଉତ୍ସବ ପାଳିତ ହୋଇଯାଇଛି ।      ଓଡ଼ିଆପକ୍ଷ ପାଳନର ସପ୍ତମ ଦିବସରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ବେହେରା,ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା,ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମମତା ପାତ୍ର, ସି. ଆର୍. ସି. ସି. ବାଙ୍କ ପ୍ରଧାନ, ସି.ଆର୍.ସି.ସି ମଧୁସ୍ମିତା ଦେବୀ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିଥିଲେ ଓ ବର୍ଣ୍ଣବୋଧ ର  ରଚୟୀତା ମଧୁସୂଦନ ରାଓଙ୍କ ଅନବଦ୍ୟ କୃତୀର ଗୁରୁତ୍ଵ  ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଏସ୍.ଏମ. ସି  .ସଭ୍ୟ ସଭ୍ୟା ତଥା ପାଚିକା ସହାୟିକା ଙ୍କର ସହଯୋ ଗରେ  କର୍ଯ୍ୟଟିକୁ ସୁଚାରୁ ରୂପେ ସଂପାଦନ କରିଥିଲେ।ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଉତ୍ସବଟିକୁ ମନ ଛୁଆଁ କରାଇ ପାରିଥିଲେ।ଶେଷରେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ଜ୍ୟୋସ୍ତ୍ନାମୟୀ ପ୍ରଧାନ ମୁଖ୍ୟମନ୍ତ୍ରୀ   ଙ୍କର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS