BREAKING
Loading...
:

ଦୀର୍ଘ ୯ ବର୍ଷ ପରେ ମୋଷ୍ଟ ୱାଣ୍ଟେଡ ମଉଜ ମିଶ୍ରଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ

 ଦୀର୍ଘ ୯ ବର୍ଷ ପରେ ମୋଷ୍ଟ ୱାଣ୍ଟେଡ ମଉଜ ମିଶ୍ରଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ



ଦୀର୍ଘ ୯ ବର୍ଷ ପରେ ମୋଷ୍ଟ ୱାଣ୍ଟେଡ ମଉଜ ମିଶ୍ରଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ। ଷ୍ଟେସନରେ ହତ୍ୟା ଓ ବହୁ ଚର୍ଚ୍ଚିତ ଗୋଷାଣୀନୂଆଗାଁ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ଜେଲ ଯାଇ ଜାମିନରେ ବାହାରିଥିଲେ। ୨୦୧୬ରୁ ସେ ପୁଲିସର ମୋଷ୍ଟ୍ ୱାଣ୍ଟେଡ ତାଲିକାରେ ଥିଲେ। ଫେରାର ଥିବା ସମୟରେ ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ଗୁଳି ଚାଳନା କରି ହତ୍ୟା ଉଦ୍ୟମ କରିଥିଲେ। ଗୋଷାଣୀନୂଆଗାଁ ଥାନା ପୂର୍ବତନ ଆଇଆଇସି ସୁମିତ୍ ସୋରେନଙ୍କୁ ମାଉଜଙ୍କୁ ଧରିବାକୁ ବାରମ୍ବାର ନିର୍ଦ୍ଦେଶ ହୋଇଥିଲା କିନ୍ତୁ ସେ ମଉଜଙ୍କୁ ଧରିପାରିନଥିଲେ। ବର୍ତ୍ତମାନ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ ପ୍ରକାରେ ଗୋଷାଣୀନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ଟିମ ମଉଜକୁ ଜଟଣିରୁ ଗିରଫ କରିଛି। ସୂଚନାଯୋଗ୍ୟ ଉପରୋକ୍ତ ଦୁଇ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ହୋଇସାରିଥିବା ବେଳେ ମଉଜ ଏବେ ଗିରଫ ହୋଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS