BREAKING
Loading...
:

ଖଣ୍ଡପଡ଼ା ଏନ୍ ଏ ସି ର ଜଳଛତ୍ର ବଣ୍ଟନ ଶୁଭାରମ୍ଭ

 ଖଣ୍ଡପଡ଼ା  ଏନ୍ ଏ ସି ର ଜଳଛତ୍ର ବଣ୍ଟନ ଶୁଭାରମ୍ଭ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହର ର ସମସ୍ତ ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଏବର୍ଷ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ହୋଇଯାଇଛି। ପ୍ରତ୍ୟେକ ଛକଠାରେ ଆୟୋଜିତ ଏସ ଏସ ଜି ମହିଳା ମାନଙ୍କୁ ନେଇ ସ୍ଥାନୀୟ ଏନ୍ ଏ ସି ର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଶୁଭାରମ୍ଭ କରି ଥିଲେ। ଖଣ୍ଡପଡ଼ା ସହର ମେଡିକାଲ ଛକ, ରଥଗଡା ଛକ, ତ୍ରିନାଥ ଛକ, ସମେତ ୭ ଟି ବସଷ୍ଟାଣ୍ଡ ସାଇଡ଼ରେ ଅସ୍ଥାୟୀ ଣ୍ଟେଣ୍ଡ ତିଆରି କରାଯାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାର କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଅଛି।ଜଳ ସହିତ ଦହି ପଣା କୁ ଜନସାଧାରଣ ଓ ରାସ୍ତାରେ ଯିବା ଲୋକମାନଙ୍କୁ ବଣ୍ଟନ କରାଯାଇଛି। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ସମେତ କାର୍ଯ୍ୟ ରତ କର୍ମଚାରୀ କାର୍ଯ୍ୟ କ୍ରମ ଯୋଗଦାନ ଦେଇ ଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS