BREAKING
Loading...
:

ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

 ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ।

ଗଜପତି(ମନୋଜ  ପାଢୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବାସାହେବ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି, ଶ୍ରୀ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଗଜପତି, ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ,ପାରଳାଖେମୁଣ୍ଡି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ରାୟଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଏସ.ପାପା ରାଓ, ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଗଣ ନିଜ ନିଜ ଅଭିଭାଷଣରେ ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା, ସଂଘର୍ଷମୟ ଜୀବନୀ, କାର୍ଯ୍ୟାବଳୀ, ବିଭିନ୍ନତା, ରାଜନୈତିକ, ଅର୍ଥନୈତିକ, ଦାର୍ଶନିକ, ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା କରିଥିଲେ । ଆମ୍ବେଦକରଙ୍କର ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ସମାଜର ପରିବର୍ତ୍ତନ ସହିତ ସମ୍ବିଧାନର ସଂଶୋଧନ ସକାଶେ ମଧ୍ୟ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ରହିଥିବା ସମସ୍ତ ଅତିଥି ଗଣ ଅବଗତ କରାଇଥିଲେ । ଆମ୍ବେଦକର ସ୍ଵତନ୍ତ୍ରତା, ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ ବୋଲି ଅତିଥିଗଣ କହିଥିଲେ । ଏହି ପରିପ୍ରେକ୍ଷିରେ ଏକ ଶୋଭାଯାତ୍ରା ସ୍ଥାନୀୟ ଦଣ୍ଡମାଳା ସାହି ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।


ଏହି କାର୍ଯ୍ୟକ୍ରମରେ ଶ୍ରୀ ଟିମନ ବାରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ,ଓଡ଼ିଶା ଜୀବିକା ମିଶନ, ଗଜପତି, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ଜେନା, ୱାୟ.ଦିଲେଶ୍ଵର ରାଓ, ଭି.ଗୋପାଳ ରାଓ,ବାବୁଲା ପୂଜାରୀ,ବାବାଜୀ ପ୍ରଧାନ, କେ.ରବି କୁମାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗର କର୍ମଚାରୀ ଅପରାନନ୍ଦ ଆନନ୍ଦ, ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS