BREAKING
Loading...
:

କାଳ ବୈଶାଖୀ ରେ ଘର ଭାଙ୍ଗିଲା

 କାଳ ବୈଶାଖୀ ରେ ଘର ଭାଙ୍ଗିଲା 


ଦଶପଲ୍ଲା, (ମଣିଭଦ୍ରା ଖବର )   ଶନିବାର ଅପରାହ୍ନ 3ଘଣ୍ଟା ସମୟରେ ଦଶପଲ୍ଲା ବ୍ଲକ ଚଡେ଼ୟlପଲ୍ଲୀ ଗ୍ରାମ ପଂଚାୟତ  ବାମ ଗ୍ରାମରେ ହଠାତ କାଳ ବୈଶାଖୀ ମେଘ ପବନ ଆସିବା ଫଳରେ ଗ୍ରାମର ଯଦୁମଣି ମହାଖୁଡ଼ଙ୍କ ଘର ଉପରେ ଗୋଟିଏ ବଡ ଗଛ ଉପୁଡି ମାଡି ବସିବl ଫଳରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି . ଗଛ ଭାଙ୍ଗିବା ଶବ୍ଦ ଶୁଣି ସମସ୍ତେ ବାହାରକୁ ବାହାରି ଆସିଥିଲେ . ଫଳରେ ଜୀବନ ବଞ୍ଚି ଯାଇଚି ସିନା ଘରର ଆସବାବ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି. ଏଥି ସହିତ ସେହି ପବନରେ ରତ୍ନାକର ମହାଖୁଡ଼ଙ୍କର ଘରର ଚାଳ ମଧ୍ୟ ସମ୍ପୂର୍ଣ୍ଣ ଉଡି ଯାଇଛି . ଉଭୟ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ . ତେଣୁ ସରକାରୀ ସ୍ତରରେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରନ୍ତି .ତହସିଲଦାର ଦଶପଲ୍ଲା ଅଗ୍ରାଧିକାର ଭିତ୍ତିରେ ଏହା ଉପରେ ପଦକ୍ଷେପ ନେବା ପାଇଁ ଉଭୟ ପରିବାର ନିବେଦନ କରିଛନ୍ତି  ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS