BREAKING
Loading...
:

ଖଳି ସାହି ଦଶ ଦୋଳ ମହୋତ୍ସବ ଆରମ୍ଭ ୨୪ ରୁ

 ଖଳି ସାହି ଦଶ ଦୋଳ ମହୋତ୍ସବ ଆରମ୍ଭ ୨୪ ରୁ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ଖଳି ସାହି   ଦଶ ଦୋଳ ଯାତ୍ରା ପଡିଆ ରେ ଚଳିତବର୍ଷ ୨୪ ତାରିଖ ଠାରୁ ଆରମ୍ଭ ହୋଇ ୫ ଦିନ ଧରି ଦଶ ଦୋଳ ମହୋତ୍ସବ ପାଳନ କରାଯିବାକୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ଘୋଷଣା କରିଛନ୍ତି।୨୪ ତାରିଖ ବିଳମ୍ବିତ ରାତ୍ରରେ ବିଗ୍ରହମାନଙ୍କୁ ଦୋଳ ବିମାନ ଦ୍ବାରା ଗ୍ରାମ ପରିକ୍ରମା କରି ଦଶ ଦୋଳ  ମେଳଣ ପଡ଼ିଆରେ ଅବସ୍ଥାପନ୍ନ କରି ପୂଜାବିଧି ହେବବୋଲି ଜଣାପଡିଛି। ରାଜ୍ୟର ପ୍ରତିଷ୍ଠିତ କଳାକାର, ସିନେ ଜଗତର କଳାକାରମାନଙ୍କ ସହ ସୁନାମଧନ୍ୟ ସଙ୍ଗୀତଜ୍ଞ ଗୀତିକାର ଗାୟକ ଯୋଗଦାନ କରି ଦର୍ଶକ, ଜନସାଧାରଣ ଙ୍କ ମନ୍ତ୍ରମୁଗ୍ଧ କରିବେ ବୋଲି ଦଶ ଦୋଳ ମହୋତ୍ସବ ଆୟୋଜକ କର୍ମକର୍ତା ମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଦିର୍ଘ ର୍ବଷ ଧରି ପାରମ୍ପାରିକ ନିତି ଅନୁସାରେ କାର୍ଯ୍ୟାନୁଷ୍ଠାନର କର୍ମକର୍ତା ମାନେ ଏକତ୍ରିତ ହୋଇ ପ୍ରଭୁ ବିଗ୍ରହ ମାନଙ୍କର ପୂଜା କରିଥାଆନ୍ତି ଏହି ଉତ୍ସବ ବହୁ ଗ୍ରାମ ପଞ୍ଚାୟତର ଜନସାଧାରଣ ଯୋଗଦାନ ଦେଇ ଯାତ୍ରା ମହୋତ୍ସବ କୁ ଉପଭୋଗ କରିଥାନ୍ତି। ଏଣୁ ଖଳି ସାହି ଗ୍ରାମର ଦଶ ଦୋଳ ମହୋତ୍ସବ ପଡ଼ିଆ କୁ ଏହି ଜିଲ୍ଲା ରେ ଥିବା ଆଖପାଖ ବେପାରି ଆସି ପହଁଚି ଦୋକାନ ଖୋଲିବା ଆରମ୍ଭ କରିଦେଲେଣି। ଆଲୋକ କରଣ, ପାନୀୟ ଜଳ ଯୋଗାଣ ର ବେବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS