BREAKING
Loading...
:

ଘୋଳାହାଣ୍ଡି ଠାରେ ଆରମ୍ଭ ହେଲା ନାମ ଯଜ୍ଞ

 ଘୋଳାହାଣ୍ଡି ଠାରେ ଆରମ୍ଭ ହେଲା ନାମ ଯଜ୍ଞ

ନୟାଗଡ (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ବାବା କପିଳେଶ୍ୱର ମନ୍ଦିର ପରିସରରେ ଦୋଳ ପୂର୍ଣ୍ଣିମା ଅବସରରେ  ନାମ ଯଜ୍ଞ, ଘୃତଯଜ୍ଞ, ସାଧୁ ଯଜ୍ଞ ଓ ଅର୍ନ୍ନ ଯଜ୍ଞ ଆଦି ଧୂମୁଧାମରେ ପାଳନ କରାଯାଉଛି । ବିଶ୍ଵଶାନ୍ତି ପାଇଁ ଘୋଳାହାଣ୍ଡି ଗ୍ରାମବାସୀ ଓ ବ୍ରାହ୍ମଣ ମହାସଂଘ ଓଡ଼ିଶା ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଫାଲୁଗୁନ ମାସ ରେ ଏହି ଯଜ୍ଞ ସମ୍ପୂର୍ଣ ଚାରି ଦିନ ଧରି  ଅନୁଷ୍ଠିତ ହୋଇଥାଏ ।  ଏଥିରେ ପ୍ରତ୍ୟେକ ଦିନ ରୁଦ୍ରାଭିସେଖ ଓ ସପ୍ତଶତୀଚଣ୍ଡୀ ପାଠ କରାଯାଏ।  ୭୨ ପ୍ରହର ନାମଯଜ୍ଞ କୁ ବିଭିନ୍ନ ଗ୍ରାମରୁ ସଙ୍କୀର୍ତ୍ତନ ମଣ୍ଡଳୀ ଆସିବା ସହିତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ସମାଗମ ହେଉଥିବାରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ । ଏହି ଯଜ୍ଞରେ ରେ ମୁଖ୍ୟ କର୍ତ୍ତା ଭାବେ ରବିନ୍ଦ୍ର କୁମାର ପରିଡା ଓ ତାଙ୍କ ଧର୍ମ ପତ୍ନୀ ଟିକିନା ପରିଡ଼ାଙ୍କ ସହ ବ୍ରାହ୍ମଣ ମହାସଂଘ ଓଡ଼ିଶା ର ସଂଯୋଜକ ପ୍ରିୟବ୍ରତ ଷଡ଼ଙ୍ଗୀ, ଆଚାର୍ଯ୍ୟ ସୁର୍ଯ୍ୟମଣି ଦାଶ, ପୁସ୍ତକ ଆଚାର୍ଯ୍ୟ ସରତ କୁମାର ମିଶ୍ର, ରାଧାନାଥ ଦାଶ, ଅନ୍ତର୍ଯ୍ୟାମୀ ଦାଶ ଓ ସରପଞ୍ଚ ଅରୁଣ ସ୍ବାଇଁଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

ମଣିଭଦ୍ରା ଖବର,

Post a Comment

أحدث أقدم
Header ADS