BREAKING
Loading...
:

ବାମନଘାଟୀ ବ୍ରାହ୍ମଣ ମହାସଭା ରାଇରଙ୍ଗପୁର ଶାଖା ତରଫରୁ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ

 ବାମନଘାଟୀ ବ୍ରାହ୍ମଣ ମହାସଭା ରାଇରଙ୍ଗପୁର ଶାଖା ତରଫରୁ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ               

   


  ସମସ୍ତଙ୍କର କଲ୍ଯାଣ ହିଁ ଏକମାତ୍ର ଧେୟ  ହେବା ଉଚିତ I ଏହି ଭାବବେଗ ସ୍ବରୂପ, ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଗ୍ରାମରେ ବିରାଜମାନ ଶ୍ରୀ ଶ୍ରୀ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ରାଜ୍ଯ ବ୍ରାହ୍ମଣ ମହାସଭାର  ବାମନଘାଟୀ ବ୍ରାହ୍ମଣ ମହାସଭା ରାଇରଙ୍ଗପୁର ଶାଖା ଆନୁକୂଲ୍ଯରେ ଗତ ୧୬ ତାରିଖ ରବିବାର  ଠାରୁ ଆରମ୍ଭ ହୋଇଥିବା ସମାଜର କଲ୍ଯାଣ ନିମନ୍ତେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ୧୯ ତାରିଖ ବୁଧବାର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି I  ଏଥିରେ କର୍ତ୍ତା ଭାବେ ଦେବବ୍ରତ ରଥ ମହାପାତ୍ର ଏବଂ କର୍ତ୍ତୀି ଭାବେ ସପତ୍ନୀକ ମାନସୀ ମହାପାତ୍ର ଯଜ୍ଞବେଦୀରେ ଉପବେସନ କରିଥିଲା  ବେଳେ ଉକ୍ତ ଯଜ୍ଞ କର୍ମକାଣ୍ଡରେ ଓଡିଶା ରାଜ୍ଯ ବୈଦିକ ବ୍ରାହ୍ମଣ ପରିଷଦ ର ସମ୍ପାଦକ ସତ୍ଯ ନାରାୟଣ ତ୍ରିପାଠୀ ତଥା ଶ୍ରୀ କ୍ଷେତ୍ର ପୁରୀର ପଣ୍ଡିତଗଣ ଶ୍ରୀକାନ୍ତ ନନ୍ଦ, ରୂପକ ହୋତା, ପ୍ରତାପ ମିଶ୍ର, ରାଧାକାନ୍ତ ଷଡଙ୍ଗୀ ଓ ସଂଗ୍ରାମ ଷଡଙ୍ଗୀ ଙ୍କ ବେଦମନ୍ତ୍ର ଶାସ୍ତ୍ର ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା I ଗତ ୧୬ ତାରିଖ ରବିବାର  ଅଙ୍କୁରାରୋପଣ, ୧୭ ତାରିଖ ସ୍ଥାନୀୟ ବଡବନ୍ଧ ଠାରୁ ଭକ୍ତମାନଙ୍କ ସାହଚଯ୍ଯରେ ୧୦୮ କଳସଯାତ୍ରା, ୧୮ ତାରିଖ ଯଥାବିଧି ପୂଜାକାର୍ଯ୍ଯ ସମାପନ ପରେ ୧୯ ତାରିଖ ବୁଧବାର ପୂଜାକର୍ମାଣି ସହିତ ଯଜ୍ଞକାଣ୍ଡ ରେ ଶ୍ରୀମଦ ଭଗବତ ହବନ କରାଯିବା ପରେ ପୂର୍ଣ୍ଣାହୁତି ହୋଇଥିଲା I ଏଥି ସହିତ ସଂନ୍ଧ୍ଯା ସମୟରେ ଭଜନ କୀର୍ତ୍ତନ, ପ୍ରବଚନ, ବ୍ରତୋପନୟନ ତଥା ଅନ୍ନପ୍ରାଶନ ସଂସ୍କାର କାର୍ଯ୍ଯ ମୁକ୍ତ ଦେୟରେ ଆୟୋଜିତ ହୋଇଥିଲା I ଏହି ଧାର୍ମିକ ବାତାବରଣରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ I କମିଟୀ ପକ୍ଷରୁ ସର୍ବସାଧାରଣ ଅନ୍ନଭୋଗ ବଣ୍ଟନ କରାଯାଇଥିଲା I ଏଥିରେ ଓଡିଶା ରାଜ୍ଯ ବ୍ରାହ୍ମଣ ମହାସଭାର  ବାମନଘାଟୀ ବ୍ରାହ୍ମଣ ମହାସଭା ରାଇରଙ୍ଗପୁର ଶାଖାର ସମସ୍ତ ସଦସ୍ଯଗଣ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ I

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS