BREAKING
Loading...
:

ଧାନ ମଣ୍ଡିରେ କଟନି ଛଟନିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ସମ୍ମୁଖରେ ବିକ୍ଷୋଭ

 -ଧାନ ମଣ୍ଡିରେ କଟନି ଛଟନିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ସମ୍ମୁଖରେ ବିକ୍ଷୋଭ 


ନୟାଗଡ଼ (ମଣିଭଦ୍ରା ଖବର) ମଣ୍ଡିରେ କଟନିଛଟନିକୁ ନେଇ ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ,ଅଭିଯୋଗ ଅନୁଯାଇ ମଣ୍ଡିରେ ଧାନ ଟୋକନ ପାଇଥିଲେ ମଧ୍ୟ ଧାନ ଦେବାର ବିଳମ୍ବ ହେଉଛି । ଏତତଃ ବ୍ୟତୀତ ଚାଷୀର ଧାନ କ୍ୱିଣ୍ଟାଲ ପ୍ରତି 8 କିଲୋରୁ 10 କିଲୋ ପର୍ଯ୍ୟନ୍ତ ଧାନ କାଟ କରାଯାଉଛି । ବାରମ୍ବାର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳପ୍ରଦ ହେଉନି, ତେବେ ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନକରାଯାଇଥିଲା, କାରଣ ଚାଷୀମାନେ ଧାର, କରଜ କରି ଧାନ ଚାଷ କରିଥିଲେ । ହେଲେ ଧାନ ମଣ୍ଡିରେ ବିକ୍ରୟ କରୁଥିବା ବେଳେ ଏବେ କା ସରକାର ଧାନ କଟନି ଛଟନି କରୁଛନ୍ତି । ଯାହା ଫଳରେ ଚାଷୀମାନେ ଵାଧ୍ୟ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।7 ଦିନ ଭିତରେ ଜିଲ୍ଲା ପ୍ରଶାସନ ଯଦି ଦାବି ନଶୁଣନ୍ତି ତାହା ହେଲେ ବିଷ ପିଇ  ଆତ୍ମହତ୍ୟା କରିବେ ବୋଲି ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଚାଷୀ । ଏଥିସହ ଆନ୍ଦୋଳନରେ ବସିଥିବା ନବନିର୍ମାଣ କୃଷକ ସଂଗଠନ ଏବଂ ଚାଷୀଙ୍କ ପାଖରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀ ପହଂଚିବୁଝାସୁଝା କରିବା ସହ ଯେଉଁ ମିଲର କଟଣୀ ଛଟଣୀ କରିବ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳରୁ ଓହରିଥିଲେ ଚାଷୀ ମାନେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS