BREAKING
Loading...
:

ଗଣିଆ ବ୍ଳକରେ ୩ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୪୦୨ ଜଣ,୨ ଜଣ ଅନୁପସ୍ଥିତ

 ଗଣିଆ ବ୍ଳକରେ ୩ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୪୦୨ ଜଣ,୨ ଜଣ ଅନୁପସ୍ଥିତ 

ଗଣିଆ (ମଣିଭଦ୍ରା ଖବର) ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଗଣିଆ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୪୦୨ ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୧୦୬ ଜଣ ପରୀକ୍ଷା ଦେଇଛନ୍ତି ଏବଂ ଜଣେ ଅନୁପସ୍ଥିତ ଅଛନ୍ତି । ସେହିପରି ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରୀକ୍ଷା କେନ୍ଦ୍ରରେ ୧୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୧୪୯ ଜଣ ପରୀକ୍ଷା ଦେଇଛନ୍ତି ଏବଂ ଜଣେ ଅନୁପସ୍ଥିତ ଅଛନ୍ତି । କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୪୭ ଜଣ ପରୀକ୍ଷା ଦେଇଛନ୍ତି । ଉପରୋକ୍ତ ୩ଟି ପରୀକ୍ଷା କେନ୍ଦ୍ରରେ ନିର୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ପହଞ୍ଚିଥିବା ଜଣାପଡିଛି । ୩ଟି କେନ୍ଦ୍ରରେ ବ୍ଳକ ଶିକ୍ଷା ଅଧିକାରୀ ଏବଂ ଦୁଇ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରୁଥିବା ଜଣାପଡିଛି । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ ହୋଇଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS