ଲଂଗଳ ଖୋଲ ଜଂଗଲ କୁ ନିଆଁଦାଉରୁ ରକ୍ଷାକରିବାପାଇଁ କଟାଗଲା ଫାୟାର୍ ଲାଇନ୍
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ,ବନ ଓ ବନ୍ୟଜନ୍ତୃ କୁଂ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍ । ଏହି କ୍ରମରେ ଆଜି ବୁଗୁଡା ବିଟ୍ ହାଉସ୍ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ ବନାଂଚଳ ସୀମା ପର୍ଯ୍ୟନ୍ତ ଫାୟାର ଲାଇନ୍ କରାଯାଇଥିଲା ।ପ୍ରତିବର୍ଷ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବନ ତଥା ବନ୍ୟଜନ୍ତୃ କୁଂ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗାଁ ଗାଁ ରେ ସଚେତନତା ଅଭିଯାନ, ପଥପ୍ରାନ୍ତ ସଭା, ଲିଫ୍ ଲେଟ୍ ବଣ୍ଟନ ଓ ସଲଗ୍ନ ଗ୍ରାମ ମାନଙ୍କୁ କିଛି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାଏ ମହାନଦୀ ବନ୍ୟପ୍ରାଣୀ ବନ ବିଭାଗ । ଏହାଦ୍ବାରା ବିପୁଳ ସଫଳତା ମଧ୍ୟ ପାଇଛି ବନ ବିଭାଗ । ଜନସାଧାରଣ ସଚେତନ ହେବା ଯୋଗୁଁ ବିଗତ ୧୦ ବର୍ଷ ମଧ୍ୟରେ,ଜଂଗଲରେ ନିଆଁ ଲାଗିବା ୮୦ ଭାଗ କମିଯାଇଛି ବୋଲି କୁହନ୍ତି ଗ୍ରାମବାସୀ । ଯଦି ବା କେବେ କେମିତି ଜଂଗଲରେ ନିଆଁ ଲାଗିଯାଏ, ତେବେ ଗ୍ରାମବାସୀମାନେ ନିଆଁ କୁ ଆୟତ କରିଦେଇଥାନ୍ତି ।ବନବିଭାଗ ମଧ୍ୟ ଗ୍ରାମବାସୀ ମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାନ୍ତି । ଆଜିର ଏହି ଫାୟାର ଲାଇନ୍ କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ( ବାଣିଗୋଛା ପଶ୍ଚିମ )ଶ୍ରୀଯୁକ୍ତ ସଂସାର ବର୍ଗିଆ , ସେକସନ ବନପାଳ ରାଜକୁମାର ଶତପଥୀ , ବନପାଳ ଦିପ୍ତିରଂଜନ ଆଚାର୍ଯ୍ୟ, ବନରକ୍ଷୀ ପୁସ୍ପଲତା ସ୍ବାଇଁ ଓ ଫାୟାର ଗାର୍ଡ ବିଜୟ , ଯୁଗଳ ,ପରମାନନ୍ଦ ପ୍ରଭୃତି କାର୍ଯ୍ୟ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق