ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ "ବିଜୁ ଟ୍ରଫି" ଭଲିବଲ ଟୁର୍ଣ୍ଣାମେଣ୍ଟ-୨୦୨୫ ଅନୁଷ୍ଠିତ
ବ୍ରହ୍ମପୁର (ମଣିଭଦ୍ରା ଖବର) ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଉନ୍ମୁକ୍ତ ଜନସମାରୋହ ମଧ୍ୟରେ ଏକ ଖେଳ ମହୋତ୍ସବ ଆୟୋଜିତ ହୋଇଛି। ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି "ବିଜୁ ଟ୍ରଫି" ଭଳିବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଜାନୁଆରୀ 31 ରୁ 5 ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଆଜି ଏହି କାର୍ଯ୍ୟକ୍ରମ ର ପଞ୍ଚମ ଦିବସ ଏହି କ୍ରୀଡା ଅନୁଷ୍ଠାନରେ ଗଞ୍ଜାମ, ଗଜପତି,କନ୍ଧମାଳ ଆଦି ଜିଲ୍ଲାର କୋଣ ଅନୁକୋଣ ରୁ 16 ଟି ଭିନ୍ନ-ଭିନ୍ନ ସଂସ୍ଥାର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।
ଆଜିର ବିଜୟୀ ଖେଳାଳିମାନଙ୍କୁ ଟ୍ରଫି, ପ୍ରଶସ୍ତିପତ୍ର ଏବଂ ଉପହାର ପ୍ରଦାନକରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଏବଂ ବର୍ତମାନ ର ଗଞ୍ଜାମ ଜିଲ୍ଲା ନିରୀକ୍ଷକ ଶ୍ରୀ ସଞ୍ଜୟ ଦାସ ବର୍ମା, ବ୍ରହ୍ମପୁର ସାଂସଦ ପାର୍ଥି ଭୃଗୁ ବକ୍ସି ପାତ୍ର ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ବେହେରା ପୂର୍ବତନ ବିଧାୟକ ସୋରଡା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ ର କର୍ପୋରେଟର ଗଣ, ବିଜେଡି ର ବହୁ ବରିଷ୍ଠ ନେତା ଏବଂ ଦଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق