BREAKING
Loading...
:

ଶ୍ରୀ ଜଗନ୍ନାଥ ମନ୍ଦିରର ୩୮ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

 : ଶ୍ରୀ ଜଗନ୍ନାଥ ମନ୍ଦିରର ୩୮ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ           



ପବିତ୍ର ମାଘସପ୍ତମୀ I ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରର ୩୮ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ଦିବସରେ ମନ୍ଦିରରେ ଠାକୁରଙ୍କ ନୀତିକ୍ରାନ୍ତି ହେବା ପରେ ଶ୍ରୀଜଗନ୍ନାଥଙ୍କର ଶୃଙ୍ଘାର ବେଶ କରାଯାଇଥିଲା I ଶ୍ରୀ ଜଗନ୍ନାଥଙ୍କ ନିକଟରେ ହରିନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା I ଭକ୍ତମାନେ ମନ୍ଦିରକୁ ଆସି ଶ୍ରୀଜଗନ୍ନାଥଙ୍କ ଦିବ୍ଯରୂପକୁ ଦର୍ଶନ କରିଥିଲେ I ଶ୍ରଦ୍ଧାଳୁଗଣ ଦିଅଁ ଙ୍କ ନିକଟରେ ଭକ୍ତି ନୈବେଦ୍ଯ ସମର୍ପି ଥିଲେ I ଉକ୍ତ ଅବକାଶରେ ମନ୍ଦିର ପରିସରରେ ଯଜ୍ଞ ହୋମକାଣ୍ଡ ସାଧିତ ହୋଇଥିଲା I ଭକ୍ତବୃନ୍ଦଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା I ଏଥିରେ ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର, ପୂଜକ କୈଳାସ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ମିଶ୍ର, ମନ୍ଦିର କମିଟୀ ସଭାପତି ତଥା ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ, ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ଦେବତ୍ତୋର ବିଭାଗ ପରିଚାଳକ ପ୍ରସାଦ ବେହେରା, ମନ୍ଦିରର ବରିଷ୍ଠ ସଦସ୍ଯ ମନୋରଂଜନ ମହାନ୍ତି, ରସାନନ୍ଦ ଲେଙ୍କା, ନୀରଜ ପଣ୍ଡା, ସୁଶାନ୍ତ ମିଶ୍ର, କୃଷ୍ଣବିହାରୀ ମହାନ୍ତି ପ୍ରମୁଖ ପରିଚାଳନାରେ କାର୍ଯ୍ଯକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା I

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି 

Post a Comment

أحدث أقدم
Header ADS