ସାଗର ନନ୍ଦ ହେଲେ ଗଣିଆ ବିଡ଼ିଓ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବିଡ଼ିଓ ବେବିତା ମଞ୍ଜରୀ ନାୟକଙ୍କ ବଦଳି ହେବା ପରେ ତହସିଲଦାର ପ୍ରିତିବାଳା ରଣାଙ୍କୁ ଗଣିଆ ବିଡ଼ିଓ ଦାୟିତ୍ବ ପ୍ରଦାନ କରାଯାଇଥିଲା । ତେବେ ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଥିବା ବେଳେ ଗଣିଆରେ ଜଣେ ନୂତନ ବିଡ଼ିଓଙ୍କୁ ଅବସ୍ଥାପିତ କରାଯାଇଛି । ନୂତନ ବିଡ଼ିଓ ଭାବେ ଜଗତସିଂହପୁରରେ କାର୍ଯ୍ୟରତ ବିଡ଼ିଓ ସାଗର ନନ୍ଦଙ୍କୁ ଗଣିଆକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଶ୍ରୀନନ୍ଦ ଜଗତସିଂହପୁରରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସାରିଥିବା ବେଳେ ସବୁ କ୍ଷେତ୍ରରେ ଅବହେଳିତ ଗଣିଆ ବ୍ଳକର ଦାୟିତ୍ବ କିଭଳି ଭାବେ ସେ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق