ବିଧାୟକ ନବୀନ ଜୈନ ଙ୍କ ୧୦% ଭାଗ ପିସି ନେଇ ବିକ୍ଷୋଭ ପ୍ରଦର୍ଶନ।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିଟିଲାଗଡ ବ୍ଳକ ବିଜେଡି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ଓ ସମିତି ସଭ୍ୟ, ସଭ୍ୟା ଙ୍କ ସହ ସ୍ଥାନୀୟ ବିଧାୟକ ନବୀନ ଜୈନ ଙ୍କ ୧୦% ଭାଗ ପିସି ଦାବି କରି ଆସୁଥିବା ଅଭିଯୋଗ କରି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଟିଟିଲାଗଡ ବିଧାୟକ ନବୀନ ଜୈନ ପ୍ରତିଟି ଉନ୍ନତୀ ମୂଳକ କାର୍ଯ୍ୟ ପାଇଁ ୧୦ ଭାଗ ଟଙ୍କା ବା ପି ସି ଦାବି କରି ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଅଟକ ରଖି ଥିବା ଅଭିଯୋଗ କରାଯାଇଛି ।
ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ନେତୃତ୍ବରେ ସମିତି ସଭ୍ୟ ଓ ସଭ୍ୟା ଙ୍କ ସହ ଦୀର୍ଘ ସମୟ ଧରି ବିଜେପି ବିଧାୟକ ନବୀନ କୁମାର ଜୈନ ପ୍ରତ୍ୟେକ କାମ ରେ ୧୦% ଭାଗ ପି ସି ବା ଲାଞ୍ଚ ଦାବି କରି ନଅ ମାସ ଧରି ନିର୍ବାଚନ ମଣ୍ଡଳୀରେ କୌଣସି ଉନ୍ନତୀ ମୂଳକ କାର୍ଯ୍ୟ କରାଇ ଦେଉ ନ ଥିବା ନେଇ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପିସି କାରବାର ନେଇ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସହ ରାସ୍ତା,ଘାଟ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟ ଅଟକ ରଖି ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଦୃଢ଼ ଦାବି ପ୍ରକାଶ କରିଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق