ନିପୁଣ ମେଳାରେ ଅବ୍ୟବସ୍ଥା ଲୁଚେଇବା ପାଇଁ ସାମ୍ବାଦିକଙ୍କୁ ଅଣଦେଖା
ବ୍ଳକ ଶିକ୍ଷା ଅଧିକାରୀଙ୍କୁ ସାମ୍ବାଦିକ ଅଡ଼ୁଆ
ଗଣିଆ( ମଣିଭଦ୍ରା ଖବର) ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ସରକାରଙ୍କ ତରଫରୁ କ୍ଳଷ୍ଟର ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଗଣିଆ ବ୍ଲକରେ ନିପୁଣ ମେଳାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଏହାକୁ ଲୁଚେଇବାକୁ ଯାଇ ଗଣିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ଜଣାଇ ନଥିବା ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ୭ଟି କ୍ଳଷ୍ଟରରୁ ୭୦ ଜଣ ଅଭିଭାବକ ଆସିବା ସହିତ ୭୦ ଜଣ ଛାତ୍ର ଛାତ୍ରୀ ଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦେଶନାମା ଥିବା ବେଳେ ମାତ୍ର ୩୦ ଜଣ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଫଳରେ ଖାଦ୍ୟପେୟ ପାଇଁ ଆସିଥିବା ଅର୍ଥକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ବ୍ଳକ ଶିକ୍ଷା ଅଧିକାରୀ ମହୋଦୟଙ୍କ ନିର୍ଦ୍ଦେଶରେ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁଁ ଭିନ୍ନ ଭିନ୍ନ ସମୟ ସ୍ଥିର କରାଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ଳଷ୍ଟର ଏବଂ ବ୍ଳକ ମେଳା ଅଲଗା ଅଲଗା କରିବାକୁ ନିର୍ଦ୍ଧେଶ ଥିବା ବେଳେ ଗଣିଆ କ୍ଳଷ୍ଟର ସ୍ତରୀୟ ମେଳା ନକରି ଗଣିଆ କ୍ଳଷ୍ଟର ଏବଂ ବ୍ଳକ ପ୍ରୋଗ୍ରାମକୁ ମିଶାଇ ଗୋଟିଏ ସ୍ଥାନରେ ସଭା କରି ଅର୍ଥ ହଡପ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଏପରିକି ସାମ୍ବାଦିକ ମାନଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ସଭାକୁ ଆସିଥିବା ଅତିଥି ମାନେ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ କରିବା ପରେ ରାତି ୭ ଘଟିକା ୪୦ ମିନିଟ ବେଳକୁ ବିଭିନ୍ନ ସାମ୍ବାଦିକ ଗ୍ରୁପରେ ଫଟୋ ଏବଂ ଲେଖା ଦେଇ extremely sorry for contacting due to busy ଲେଖି ପଠାଇଛନ୍ତି ଯାହାକି ଶିକ୍ଷା ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇଛି ।
ପରିବା କିଣିବା ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିଜେ ଶିକ୍ଷା ଅଧିକାରୀ ତୁଲେଇଥିବାରୁ ଏଥିରେ ବଡ଼ ଘୋଟାଲା ହୋଇଥିବା ଅନୁମାନ କରାଯାଉଛି । ନିପୁଣ ଓଡ଼ିଶା କାର୍ଯ୍ୟକ୍ରମରେ କ୍ଳଷ୍ଟର ଏବଂ ବ୍ଳକ ପାଇଁ କେତେ ଟଙ୍କା ଆସିଥିଲା ଏବଂ କ'ଣ କ'ଣ କାର୍ଯ୍ୟ ହୋଇଛି ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହିତ ସେ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିବା ସହିତ ସାମ୍ବାଦିକ ମାନଙ୍କୁ ମେଳାକୁ ଡାକିବାକୁ ସେ ପୂର୍ବରୁ କହିଥିବା ବେଳେ କାହିଁକି ଡାକି ନାହାଁନ୍ତି ବୋଲି ସେ କହିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର




إرسال تعليق