ଉପଜିଲ୍ଲାପାଳଙ୍କ ସହ ସଚେତନ ନାଗରିକ ମଞ୍ଚ ପ୍ରତିନିଧି ଦଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା
ସମ୍ବଲପୁର (ମଣିଭଦ୍ରା ଖବର)
କୁଚିଣ୍ଡା ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କୁଚିଣ୍ଡା ଉପ ଜିଲ୍ଲାପାଳ ଡ଼. ଗୌରବ ମୟ ପଧାନ ଙ୍କୁ ମଙ୍ଗଳବାର ଏକ ଆଠ ଦଫା ଦାବି ପତ୍ର ଦେଇ ଉକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦାବି ପତ୍ର ରେ ଝୁଲେନ୍ ପୋଲ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା, ଜମନକିରା ଓ ବାମରା ବ୍ଲକ ରେ ପ୍ରସ୍ତାବିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଚଳିତ ବର୍ଷରୁ ହିଁ ଆରମ୍ଭ କରିବା , କୁଚିଣ୍ଡା କଲେଜ ପରିସରରେ ତୁରନ୍ତ ଆନୁସଙ୍ଗିକ କାର୍ଯ୍ୟ ସାରି ଚଳିତ ବର୍ଷ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଆରମ୍ଭ କରିବା, ସ୍ଥାୟୀ ଘର ନିର୍ମାଣକୁ ତ୍ୱରାନ୍ୱିତ କରିବା, ସୂଚନା କେନ୍ଦ୍ରକୁ ତୁରନ୍ତ ଆରମ୍ଭ କରିବା, ବିଜୁ ପାଠାଗାରକୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବା , କାଲ ପରିଷଦକୁ କାର୍ଯ୍ୟକ୍ଷମ କରିବା , ଟ୍ରେନ ଟିକେଟ କାଉଣ୍ଟର ଖୋଲିବା ଆଦି ଦାବି କରିବା ସହ ଆଲୋଚନା କରିଥିଲେ ।ଶ୍ରୀ ନାୟକ ଙ୍କ ସହିତ ଡ଼ ଦିଲ୍ଲୀପ ପାଣିଗ୍ରାହୀ, ନନ୍ଦଳାଲ ପଟେଲ ,ଆବାହକ ପ୍ରଭାତ ବେହେରା, ହରେକୃଷ୍ଣ ମହାପାତ୍ର , ହୃଦାନନ୍ଦ ଶର୍ମା ଆଦି ଦଶ ଜଣ ଦାବିପତ୍ର ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ଦାବି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق