ଜନ ହିତକର ମୌଳିକ ସୁବିଧା ରୁ ବଞ୍ଚିତ ବିଷମକଟକ ସହର ର ଗ୍ରାମବାସୀ l
ରାୟଗଡା (ମଣିଭଦ୍ରା ଖବର) ବିଷମକଟକ ବ୍ଲକ ସହର ର ସାଧାରଣତଃ ମୌଳିକ ଜନସେବା କାର୍ଯ୍ୟ ରେ ଅବହେଳା ପାଇଁ ମୁଖ୍ୟ ରାସ୍ତା ସମେତ ପ୍ରତ୍ୟେକ ସାହିର ଡ୍ରେନ ଗୁଡିକ ରେ ଅଳିଆ ଆବର୍ଜନାରେ ଭରପୁର ମାତ୍ରାରେ ପଡିରହିଥିବାରୁ ଡ୍ରେନ ଗୁଡିକରେ ଅସହ୍ୟ ଦୁର୍ଘନ୍ଧ ଯଗୁ ଶିଶୁ ଓ ବୟସ୍କ ଲୋକମାନେ ନାନା ଅସୁବିଧା ରେ ସଂକ୍ରମଣ ରୋଗରେ ସଂକ୍ରମିତ ହେଉଥିବା ଯଗୁ ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଏବଂ ସରପଞ୍ଚ ଶ୍ରୀମତୀ ନମିତା କୁଲୁସିକା ଙ୍କୁ ବାରମ୍ବାର ଗ୍ରାମବାସୀ ଗୁହାରି ଜଣାଇଲେ ମଧ୍ୟ କୌଣସି ସାହିର ଡ୍ରେନ ଗୁଡିକ ସଫା ନ କରିବାରୁ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ପ୍ରାଥୀ ଶ୍ରୀ ବାଞ୍ଛାନିଧି ସାହୁ ଏବଂ ବହୁ ସଂଖ୍ୟାରେ ସମସ୍ତ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତା ମାନେ ଏହି ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ଜଣାଇ ପ୍ରଶ୍ନ କରିଛନ୍ତି l ଓଡିଶା ସରକାରଙ୍କ ଅନୁଦାନ ପାଣ୍ଠି କାହାପାଇଁ ଲୋକଙ୍କ ମୌଳିକ ସମସ୍ୟା ପାଇଁ ନା ଆଉ କାହାପାଇଁ ସାଧାରଣ ଲୋକଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ବିଷମକଟକ ର ଜନସାଧାରଣ କେବଳ ମୁଖ୍ୟତଃ ଜନସେବାର ଅସୁବିଧା ପାନୀୟ ଜଳର ଅବ୍ୟବସ୍ତା, ସହର ର ବିଜୁଳି ସମସ୍ୟା ଓ ଡ୍ରେନ ଗୁଡିକ ସଫା ନ କରିବାର କାରଣ କଣ ଏଥିପାଇଁ ସରକାର ଙ୍କ ଆସୁଥିବା କୋଟି କୋଟି ଟଙ୍କା ର ଅନୁଦାନ ପାଣ୍ଠିକୁ ଠିକରେ ବିନିଯୋଗ ହେଉନାହିଁ କାହିଁକି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ପାତର ଅନ୍ତର କରି ଗରିବ ନିରୀହ ଙ୍କୁ ବାଟ ମହାରଣା ରୁ ବଞ୍ଚିତ ହେଉଥିବାରୁ ଏଥର ଓଡିଶା ରେ ପ୍ରଥମ ବିଜେପି ମୋହନ ସରକାର ଙ୍କୁ ଜଣାଉଛୁ ଯେ ଆମ ଗୁହାରି କୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସକ୍ଷମ ପାଇଁ ନିବେଦନ ଜଣାଉଛୁ l
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق