BREAKING
Loading...
:

ଘଣା ଶାଳିଆ ଗ୍ରାମ ରୁ କୁଟୁରା ଉଧାର।

 ଘଣା ଶାଳିଆ ଗ୍ରାମ ରୁ କୁଟୁରା ଉଧାର।

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଗ୍ରାମରୁ ଗୁରୁବାର ଏକ କୁଟୁରାକୁ ଉଧାର କରି ବନବିଭାଗ କର୍ମଚାରୀମାନେ ନିକଟସ୍ଥ ବାରଖୋଲା  ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିବା ଜଣାପଡିଛି।

ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଜନବସତି ଅଞ୍ଚଳକୁ କୁଟୁରାଟି ପଶି ଆସିଥିଲା ଉକ୍ତ ଗ୍ରାମର ପଦିଆ ସାହୁଙ୍କ ଘରକୁ।ଏହି ଘଟଣା ପ୍ରକାଶ ପାଇଲା ପରେ ବହୁଲୋକ କୁଟୁରା ଦେଖିବାକୁ ଭିଡ଼ ଜମି ଥିଲା ।ପରେ ଖବର ପାଇ କଣ୍ଟିଲୋ ସେକ୍ସନ ଅଧିନରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ପରେ କୁଟୁରାଟିକୁ ସୁରକ୍ଷିତ ଭାବେ ଧରିଥିଲେ। ଖଣ୍ଡପଡ଼ା ବନବିଭାଗ ଅଧିକାରୀ ଉଦିତ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କୁଟୁରାଟିକୁ ସୁରକ୍ଷିତ ଭାବେ ବନ ମଧ୍ୟରେ ଛାଡ଼ି ଦେଇଥିବା ସୁଚନା ମିଳିଛି। ଜଙ୍ଗଲରେ ପାଣି ଅଭାବରୁ ଜଙ୍ଗଲ ପ୍ରାଣୀ ମାନେ ଗ୍ରାମାଞ୍ଚଳରେ ଥିବା ପୋଖରୀରୁ ପାଣି ପିଇବା ପାଈଁ ଆସିଥାନ୍ତି। ଏଥିପ୍ରତି ବନବିଭାଗ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ନୟାଗଡ଼ ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଜଙ୍ଗଲରେ ବାସ କରୁଥିବା ଜନ୍ତୁଙ୍କ ନିମନ୍ତେ ଏକାଧିକ ପୋଖରୀ ଖୋଳିବା ପାଇଁ ଖଣ୍ଡପଡ଼ା ଅଞ୍ଚଳବାସୀ  ଦାବି କରିଛନ୍ତି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ  ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS