BREAKING
Loading...
:

ଆମ ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ ଓ କମିଟି ଚୟନ

 ଆମ ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ ଓ କମିଟି ଚୟନ 

ଖୋର୍ଦ୍ଧା,:ବେଗୁନିଆ ବ୍ଲକ ଅନ୍ତର୍ଗତ ମଲିପଦର ଗ୍ରାମରେ ଆମ ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ କଣ୍ଟାବାଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ଆମ ଗାଁ ମହୋତ୍ସବର ଉପଦେଷ୍ଟା ରାଜ କିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ପଂଚାୟତର ଉନ୍ନତି କାମନା କରିବା ସହ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଆମ ଗାଁ ମହୋତ୍ସବ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିରେ ଆମ ଗାଁ ମହୋତ୍ସବର ଉପଦେଷ୍ଟା ସୁବାସ ମହାନ୍ତି,ସମ୍ପାଦକ ଡ଼ଃ ଶିଶିର କୁମାର ଆଚାର୍ଯ୍ୟ, ବସନ୍ତ ପଞ୍ଚମୀ ମହୋତ୍ସବର ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା ଓ ସଭାପତି କୁଞ୍ଜ ବିହାରୀ ମହାପାତ୍ର, ସମ୍ପାଦକ ଦିବାକର ପଣ୍ଡାଙ୍କ ସମେତ ଉଭୟ ମହୋତ୍ସବର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ପରେ ନୂତନ ଭାବେ ଆମ ଗାଁ ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁ,ଯୁଗ୍ମ କାର୍ଯ୍ୟକାରୀ ସଭାପତି  ଡଃ ବିଦ୍ୟାଧର ମହାରଣା, କୁଞ୍ଜ ବିହାରୀ ମହାପାତ୍ର,ସମ୍ପାଦକ ଡ଼ଃ ଶିଶିର କୁମାର ଆଚାର୍ଯ୍ୟ,ସହ ସମ୍ପାଦକ ସ୍ୱାଧିନ ପଣ୍ଡା,ଯୁଗ୍ମ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଅମୀୟ ଭୂଷଣ ପଣ୍ଡା ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ୫ ରିଖରୁ ଆରମ୍ଭ ହୋଇ ୯ ରିଖରେ ଉଦଯାପିତ ହେବ ବୋଲି ସ୍ଥିର କରାଯାଇଥିଲା।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS