BREAKING
Loading...
:

ନିଖୋଜ ଥିବା ଦୁଇ ନାବାଳିକା ଥାନାରେ ହାଜର୍

 ନିଖୋଜ  ଥିବା ଦୁଇ ନାବାଳିକା ଥାନାରେ ହାଜର୍ ।

ଦଶପଲ୍ଲା  :- ( ଶିବାନୀ ଦୀପାଞ୍ଜଳୀ)  ଦଶପଲ୍ଲା ଥାନା ଅଞ୍ଚଳରୁନିଖୋଜ ଥିବା ଦୁଇ ନାବାଳିକା  ଥାନାରେ ହାଜର୍ ହୋଇଛନ୍ତି । ଗତ କିଛିଦିନ ଧରି  ଦୁଇ ନା ବାଳିକା ନିଖୋଜ ଥିବା ବେଳେ ଉଭୟ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତକାଲି ଅଭିଯୋଗ ପରେ  , ଉଭୟ ନାବାଳିକା ନିଜେ ଆସି ଥାନାରେ ହାଜର ହୋଇଥିବା ପୁଲିସ କହିଛି। ଉଭୟଙ୍କ ବୟାନ ରେକର୍ଡ଼ କରାଯିବା ସହ ଡାକ୍ତରୀ ମାଇନା କରାଯାଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ଅଧୀନସ୍ଥ ଟାଙ୍ଗିଆପଲ୍ଲୀ ଓ ସୁନାଗଞ୍ଜ ଅଞ୍ଚଳର ଦୁଇଜଣ ନାବାଳିକା ନିଖୋଜ ଥିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ଜାରି ରହିଥିବା ବେଳେ ନାବାଳିକାମାନେ ନିଜଆଡୁ ଆସି ଥାନାରେ ଉପସ୍ଥିତ ହୋଇଛନ୍ତି। ମାତ୍ର ସେ ନିଜେ ଘରଛାଡ଼ି ଯାଇଥିବା ନେଇ କହୁଥିବା ବେଳେ ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS