BREAKING
Loading...
:

ବଡ଼ମ୍ବା ମୁଳିଆବାଙ୍କ ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ଅଭିଯୋଗର ଚାରିଦିନ ପରେ ବି ସନ୍ଧାନ ମିଳିନି

 *ବଡ଼ମ୍ବା ମୁଳିଆବାଙ୍କ ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ଅଭିଯୋଗର ଚାରିଦିନ ପରେ ବି ସନ୍ଧାନ ମିଳିନି*

କଟକ (ମଣିଭଦ୍ରା ଖବର) ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୁଳିଆବାଙ୍କ ଆଶ୍ରମ ବିଦ୍ୟାଳୟର ଜଣେ ଅନ୍ତେବାସୀ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ଥ‌ିବା ଜଣାପଡ଼ିଛି । ନିଖୋଜ ଛାତ୍ର ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଛୋଟା ତେନ୍ତୁଳି ଗ୍ରାମର ରମେଶ ତିରିଆଙ୍କ ପୁଅ ଜେନା ତିରିଆ(୧୬) । ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଇତି ମଧ୍ୟରେ ୪ଦିନ ବିତିଯାଇଥିଲେ ବି ନିଖୋଜ ଛାତ୍ରର କୌଣସି ସନ୍ଧାନ ମିଳିପାରିନାହିଁ। ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ସମ୍ପୃକ୍ତ ଛାତ୍ର ଗତ ୬ ତାରିଖରୁ ପଳାଇଥିବା ପ୍ରଧାନଶିକ୍ଷୟିତ୍ରୀ ଅନିମା ମହାପାତ୍ର କହିଛନ୍ତି । ରୋଜଗାର ପାଇଁ ସ୍କୁଲ ଛାଡ଼ି ପଳେଇବି ବୋଲି ସମ୍ପୃକ୍ତ ନିଖୋଜ ଛାତ୍ର ନିଜ ସ‌ହପାଠୀଙ୍କୁ ଆଗରୁ କହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାରୁ ଯଦିଓ ଏଭଳି ଘଟଣା ଘଟିଛି ତେବେ ନିଖୋଜ ଛାତ୍ରଙ୍କ ସନ୍ଧାନ ନେଇ ପୋଲିସ ମାମଲା ରୁଜୁ କରିବା ସହ ସମସ୍ତ ଦିଗରୁ ତଦନ୍ତ କରାଯାଉଛି ବୋଲି ବଡ଼ମ୍ବା ଥାନାଧିକାରୀ ସଞ୍ଜୟ କୁମାର ଜେନା କ‌ହିଛନ୍ତି।।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS