ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ
ଗଣିଆ (ମଣିଭଦ୍ରା ଖବର) ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ, ଭୂବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ୮ ଦିନ ଧରି ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀଙ୍କ ତତ୍ୱାବଧାନରେ ସିଡିପିଓ ଉଷାରାଣୀ ସାହୁ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ଓଡ଼ିଆ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଶିବରରେ +୨ କଳାର ପ୍ରାୟ ୨୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦାନ କରିଥିଲେ । ଏହି ଶିବର ୮ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଆଜିକାଲି ବାଳିକା ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ହିଂସାରୁ କିଭଳି ନିଜକୁ ରକ୍ଷା କରିବେ ଓ ସହଜରେ କୌଶଳକ୍ରମେ ଖସିଯାଇପାରିବେ ସେ ସଂପର୍କରେ କୌଶଳ ତାଲିମ ପ୍ରଦାନ କରାଯାଇଥିଲା । ଏଥିସହ ଆକ୍ରମଣ ବେଳେ ପ୍ରତିଆକ୍ରମଣ କିଭଳି କରାଯାଇପାରିବ ଏବଂ ଧର୍ଯ୍ୟର ସହ ମୁକାବିଲା କରାଯାଇପାରିବ ସେ ସଂପର୍କରେ କୌଶଳ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର, ଶିକ୍ଷା ବିଭାଗର ଅଧ୍ୟାପିକା ଦିପ୍ତିମୟୀ ବେହେରା, ରାଜନୀତି ବିଜ୍ଞାନର ଅଧ୍ୟାପକ ଜ୍ଞାନରଂଜନ ଷଡ଼ଙ୍ଗୀ, ସମାଜବିଜ୍ଞାନର ଅଧ୍ୟାପକ ପ୍ରଶନ୍ନ କୁମାର ସାହୁ, ଯୋଗ ଶିକ୍ଷକ ଶେଷଦେବ ରାଉତଙ୍କ ସମେତ ଭରତ ଚନ୍ଦ୍ର ସାହୁ, ଜଗନ୍ନାଥ ମିଶ୍ର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ


Post a Comment