BREAKING
Loading...
:

ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ନୂତନ କାର୍ଯ୍ୟଳୟ ଉଦଘାଟନ ଓ ନିଶା ନିବାରଣ ସଚେତନତା ।

 ଅଲ ଓଡିଶା  ଭୋଇ ସମାଜ ବିକାଶ ପରିଷଦ ନୂତନ କାର୍ଯ୍ୟଳୟ ଉଦଘାଟନ ଓ ନିଶା ନିବାରଣ ସଚେତନତା ।

ଭୁବନେଶ୍ଵର (ମଣିଭଦ୍ରା ଖବର) ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଅଲ ଓଡିଶା ଭୋଇ ସମାଜ  ବିକାଶ ପରିଷଦ ଭୁବନେଶ୍ୱର ପକ୍ଷରୁ ଏକ ନୂତନ ଶାଖା କାର୍ଯ୍ୟଳୟ ପୁରୀ ଜିଲ୍ଲା ଚାରିଛକ ଠାରେ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଚାରିଛକ ଥାନା ଅଧିକାରୀଣି ମମତା ବିଶ୍ୱାଳ ଫିତା କାଟି ଉଦଘାଟନ କରିଥିଲେ ।ନୂତନ ଶାଖା ଉଦଘାଟନ ପରେ କାର୍ଯ୍ୟଳୟ ପରିସର ମଧ୍ୟରେ ଉକ୍ତ ସାମାଜିକ ସଂଗଠନ ର ସଭାପତି ଲଷ୍ମୀଧର ଭୋଇଙ୍କ ଅଧ୍ୟକ୍ଷତାରେ ଏହି ନିଶାନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି  ଶ୍ରୀମତୀ ବିଶ୍ୱାଳ ନିଶା ନିବାରଣ ,ବିନା ହେଲେମେଣ୍ଟ ରେ ଗାଡି ଚଲାଇବା ,ଶିକ୍ଷା, କମ ବୟସରେ ବିବାହ କରିବା ଆଦି ବିଷୟରେ ବୁଝାଇବା ସହିତ  ନିଜ ପରିବାର ମହିଳା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏକ ଉଦଘାଟନ କାର୍ଯ୍ୟକ୍ରମ ରେ ପରିଷଦ ର ଉପଦେଷ୍ଟା କ୍ଷେତ୍ରମୋହନ ଭୋଇ ,ପୁରୀ ଏସ ଏସ ମହାବିଦ୍ୟାଳୟ ର ପ୍ରଧ୍ୟାପକ  ମନମୋହନ ପୋଲେଇ ଉପସ୍ଥିତ ରହି ନିଶା ନିବାରଣ ,ଶିକ୍ଷା ,ସ୍ୱାସ୍ଥ୍ୟ ଉପରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ନିରଞ୍ଜନ ରାଉତ ସଭ୍ୟ ତୋଫାନ କୁମାର ରାଉତ ,ଅର୍ତ୍ତତ୍ରାଣ ଭୋଇ ,ସୁମନ୍ତ ବେଜ ,ସୁଶାନ୍ତ ବେଜ ,ବିଶ୍ଵନାଥ ଭୋଇ ,ଉମାକାନ୍ତ ଭୋଇ ,ଶିବ ଭୋଇ ,ଭରତ ଭୋଇ ,ରମେଶ ଦାସ ,ସୁକାନ୍ତ ରାଉତ ,ନାରାୟଣ ରାଉତ ଅମିନ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS