BREAKING
Loading...
:

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ "

 ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ "

ନୟାଗଡ଼ (ମଣିଭଦ୍ରା ଖବର) ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ  ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଦ୍ବାରା ତା ୨୨.୦୧.୨୦୨୫ ରିଖ ଠାରୁ ୨୪.୦୧.୨୦୨୫ରିଖ  ଆୟୋଜିତ ତିନି ଦିନିଆ ଷ୍ଟଡି କ୍ୟାମ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ନବମ ଶ୍ରେଣୀର ଦୁଇ ଛାତ୍ରଙ୍କ   ଶୁଭମ ମହାପାତ୍ର ଓ ବଦ୍ରି ନାରାୟଣ ସାହୁ କୃତିତ୍ୱ ହାସଲ କରିଛନ୍ତି ।ଜିଲ୍ଲାରେ ଓଡ଼ିଆ ଏକ୍ସଟେମ୍ପୋର୍ ରେ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି  ଏବଂ ଇଂଲିଶ ଏକ୍ସଟେମ୍ପୋର୍  ରେ ବଦ୍ରି ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଉକ୍ତ ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷଧିକାରୀ ଶ୍ରୀମତୀ ଗୀତଞ୍ଜଳି ସାହୁ  ଆଇପି ଅନିଲ କୁମାର ଦାସ , ଜେ ଆର ସି ଓ ସନ୍ୟାସୀ ପ୍ରଧାନ, ରଘୁନାଥ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ , ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାର୍ ମଞ୍ଚାସୀନ ଥିଲେ ଜିଲ୍ଲା ଶିକ୍ଷାଧିକାରୀଣୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଶିକ୍ଷାର୍ଥୀ ମାନଙ୍କୁ ସେବା କାର୍ଯ୍ୟରେ ମନ ଲଗାଇବା ପାଇଁ ଆହ୍ବାନ ଦେଇ କହିଥିଲେ ତୁମେ ନିଜର ଓ ଦେଶ ମାତୃକାର ସେବା କରି  ବିଶ୍ବ ବନ୍ଧୁତା ସୃଷ୍ଟି କର ସେବା କାର୍ଯ୍ୟରେ ମନ ଦେଲେ ଈଶ୍ୱର ତୁମ କାର୍ଯ୍ୟ କରିବେ କହି ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ  କରିଛନ୍ତି ।।  lଦୁଇ ଛାତ୍ରଙ୍କୁ ସେହି ବିଦ୍ୟାଳୟର ଜୁନିୟର ରେଡକ୍ରସ ର କାଉନସିଲର ଯଥା ଆଦର୍ଶ ଶିକ୍ଷକ ଡକ୍ଟର ପ୍ରତାପ କୁମାର ପରିଡ଼ା  ପିଲା ମାନେ ଆମର ଗୌରବ ବୋଲି କହିଛନ୍ତି ଓ ପ୍ରଶିକ୍ଷକ ଘନଶ୍ୟାମ ରାଉତ, ନିରଞ୍ଜନ ପ୍ରଧାନ, ଗୋସ୍ୱାମୀ  ସାର୍ ପ୍ରଶାନ୍ତ ସାର୍, ବିଜୟ ସାର୍, ପରମାନନ୍ଦ ଦଳାଇ ,ଦେବରାଜ ସ୍ୱାଇଁ,ଯୁଧିଷ୍ଟିର କହଁର , ସନ୍ତୋଷ କୁମାର ସାହୁ ଅନ୍ୟ କାଉନସିଲର ଓ ଜୁନିୟର ମାନେ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS