BREAKING
Loading...
:

ଟ୍ରାକ ଆଣ୍ଡ ଫିଲ୍ଡ ର କ୍ରୀଡା ପ୍ରତିଭା ଅନ୍ୱେଷଣ

 ଟ୍ରାକ ଆଣ୍ଡ ଫିଲ୍ଡ ର କ୍ରୀଡା ପ୍ରତିଭା ଅନ୍ୱେଷଣ ।

ନିମାପଡ଼ା (ମଣିଭଦ୍ରା ଖବର) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନ ଛଣୀଯଙ୍ଗ ପଞ୍ଚାୟତ ର ଲଙ୍କପଡ଼ା ଖେଳ ପଡିଆ ରେ ଟ୍ରାକ ଆଣ୍ଡ ଫିଲ୍ଡ ତରଫରୁ କ୍ରୀଡା ପ୍ରତିଭା ଅନେଶ୍ଵଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମା ଅଞ୍ଚଳ ର ପ୍ରତିଭା ମାନଙ୍କୁ ସାମ୍ନାକୁ ଆଣି କ୍ରୀଡା କ୍ଷେତ୍ର ରେ ପ୍ରତିଷ୍ଠିତ କରିବା ହିଁ ଉକ୍ତ କାର୍ଯ୍ୟକ୍ରମ ର ମୂଳ ଲକ୍ଷ ବୋଲି ଟ୍ରାକ ଆଣ୍ଡ ଫିଲ୍ଡ ର ମୁଖ୍ୟ ପ୍ରଶିକ୍ଷକ କଳିଙ୍ଗ ପ୍ରସାଦ ନାୟକ ମତ ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଓଝା ,ସରପଞ୍ଚ ଅଜୟ ପରିଡ଼ା ,ୱାର୍ଡ ସଭ୍ୟ ରବି ଭୋଇ ,ତୁଳସୀପୁର ପିଟି ସିକ୍ଷିକା ଏଲିନା ଖୁଣ୍ଟିଆ ,ଟ୍ରାକ ଆଣ୍ଡ ଫିଲ୍ଡ ର ସମ୍ପାଦକ ସନ୍ତୋଷ କୁମାର ଦାସ ପ୍ରମୁଖ ଉଦଘାଟନ କରିଥିବା ବେଳେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଓଝା ସମସ୍ତ କ୍ରୀଡାବିତ୍ ଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ  ଚାରିଛକ ,ଗୋପ,କୋଣାର୍କ ,ନୟାହାଟ ,କାକଟପୁର, ଅସ୍ତରଙ୍ଗ ,ପିପିଲି ଅଞ୍ଚଳ ରୁ ପ୍ରାୟ 300 ରୁ ଉର୍ଦ୍ଧ କ୍ରୀଡାବିତ୍ ଭାଗ ନେଇଥିଲେ ।ଶେଷ ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଚାରିଛକ୍ ଥାନା ଅଧିକାରୀଣି ଶ୍ରୀମତୀ ମମତା ବିଶ୍ଵାଳ ,ସ୍ଥାନୀୟ ସରପଞ୍ଚ ଅଜୟ କୁମାର ପରିଡ଼ା ,ଟ୍ରାକ ଆଣ୍ଡ ଫିଲ୍ଡ ର ସମ୍ପାଦକ ସନ୍ତୋଷ କୁମାର ଦାସ ,ମୁଖ୍ୟ ପ୍ରଶିକ୍ଷକ କଳିଙ୍ଗ ପ୍ରସାଦ ନାୟକ ,ସମାଜ ସେବୀ ଟୁଲୁ ମଲ୍ଲିକ ପ୍ରମୁଖ ବିଜେତା କ୍ରୀଡାବିତ୍ ମାନଙ୍କୁ ପଦକ ସହିତ ମାନପତ୍ର ପ୍ରଦାନ କରିଥିଲେ ।ଗ୍ରାମାଞ୍ଚଳ ରେ ଏଭଳି ଏକ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ , ବୁଦ୍ଧି ଯିବି ତଥା କ୍ରୀଡା ପ୍ରେମୀ ପ୍ରଂସସା କରିଛନ୍ତି ।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS