BREAKING
Loading...
:

ରଜିବ ଗ୍ରାମରେ ୧୬ ୟୁନିଟ ରକ୍ତ ସଂଗ୍ରହ

 ରଜିବ ଗ୍ରାମରେ ୧୬ ୟୁନିଟ ରକ୍ତ ସଂଗ୍ରହ 


ବାଙ୍କୀ (ମାନସ ରଞ୍ଜନ ସାହୁ) ସାପ୍ତାହିକ ଖବର କାଗଜ ଭୋକିଲାପେଟ ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବାଙ୍କୀ ବ୍ଲକ ଅନ୍ତର୍ଗତ ରଜିବ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି.ପତ୍ରିକାର ସମ୍ପାଦକ ସୁଧୀର ଚନ୍ଦ୍ର ନାୟକଙ୍କ ଆବାହତ୍ୱରେ ଆଯୋଜିତ ଶିବିରରେ ବରିଷ୍ଠ ସାମ୍ବାଦିକ ଶୁଶାନ୍ତ କୁମାର ନାୟକ, ଶିବପ୍ରସାଦ ସାହୁ, ଯୋଗେଶ୍ୱର ପଣ୍ଡାଙ୍କ ସମେତ  ସାମ୍ବାଦିକ ମାନସ  ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସହିତ କରିଥିଲେ l ସମାଜସେବୀ ନିର୍ମଳ କୁମାର ସେଠି ଶିବିର ପରିଚାଳନାରେ ସହଯୋଗ କରିଥିଲା ବେଳେ 16ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଙ୍କ ସମେତ ଲାବ ଟେକନିସିଆଲ ଅରୁଣ କୁମାର ସାହୁ ଏବଂ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ l

ମଣିଭଦ୍ରା ଖବର, ବାଙ୍କି 

Post a Comment

أحدث أقدم
Header ADS