BREAKING
Loading...
:

ଖଲ୍ଲିକୋଟିଆନ୍ ସଂଗଠନର ପ୍ରସ୍ତୁତି ବୈଠକ ଶେଷ

 ଖଲ୍ଲିକୋଟିଆନ୍ ସଂଗଠନର ପ୍ରସ୍ତୁତି ବୈଠକ ଶେଷ

(ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟର ୨ହଜାର ମସିହା ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଖଲ୍ଲିକୋଟିଆନ୍ ସଂଗଠନର ପ୍ରସ୍ତୁତି ବୈଠକ ରବିବାର ଦିନ ଭୂବନେଶ୍ବର ହଂସପାଳ ସ୍ଥିତ ବିନିତା ଦାସଙ୍କ ବାସଭବନରେ ଟି ଜୟଶ୍ରୀ ଆଚାରୀ ଓ କାଳିଚରଣ ପାଢିଙ୍କ ପ୍ରତ୍ୟଖ୍ୟ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ସ୍ବର୍ଗତ ଦାସ ମୁର୍ମୁଙ୍କ ଉଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ଶ୍ରୀଯୁକ୍ତ ପାଢି ଏବର୍ଷର ବନ୍ଧୁମିଳନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ ଉଠାଇ କେଉଁଠାରେ କାର୍ଯ୍ୟକ୍ରମ କଲେ ସମସ୍ତ ସହପାଠୀ ଏକତ୍ରୀତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ମାନ କରିଥିଲେ।ଏହି ପ୍ରଶ୍ନର ଉତ୍ତରରେ ଶ୍ରୀ ଅର୍ଧେନ୍ଦୁ ଭୂଷଣ ସାହୁ ବିପିନ ବିହାରୀ ମାର୍ଥା ଓ ଅଶ୍ବିନୀ କୁମାର ବେହେରାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ନୟାଗଡ ଜିଲ୍ଲା ଖଣ୍ଡପଡାଠାରେ କରାଯିବା ନେଇ ସ୍ଥିର କରିଥିଲେ।ଏଥିରେ ନୟାଗଡ ଜିଲ୍ଲାର କିଛି ପୂରାତନ ଚିତ୍ରଶିଳ୍ପୀଙ୍କୁ ସନ୍ମାନୀତ କରାଯିବା ସହିତ ପୂଜ୍ୟ ପୂଜାର ଆୟୋଜନ କରାଯିବା ସହିତ ଭୋଜି ଭାତର ଆୟୋଜନ କରାଯିବ  ବୋଲି ଶ୍ରୀମତି ସଂଘମିତ୍ରା ସାହୁ ସୂଚନା ଦେଇଥିଲେ।ପରିଶେଷରେ ସଂଗଠନ ବରିଷ୍ଠ ଚିତ୍ରଶିଳ୍ପୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂଗଠନର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାସାଂଗ କରାଯାଇଥିଲା।

ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

أحدث أقدم
Header ADS