BREAKING
Loading...
:

ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିହେବ ୫ ଗ୍ରହ !

 ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିହେବ ୫ ଗ୍ରହ!

ଭୁବନେଶ୍ଵର (ମଣିଭଦ୍ରା ଖବର) ଆକାଶରେ ଚଳିତ ବର୍ଷ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଡିସେମ୍ବର ଏବଂ ଜାନୁଆରୀ ମାସର ପ୍ରଥମାର୍ଦ୍ଦରେ ୫ ଗ୍ରହକୁ ଖାଲି ଆଖିରେ ଦେଖିପାରିବେ । ତେବେ ମାସେ ପର୍ଯ୍ୟନ୍ତ ଆକାଶରେ ଏହି ୫ ଗ୍ରହକୁ ଦେଖିପାରିବେ । ଏଭଳି ସଂଯୋଗକୁ ପ୍ଲାନେଟ ପରେଟ କୁହାଯାଏ । ଯଦି ଦେଖିବା ଏହା ଏକ ମହାଜାଗତିକ ଘଟଣା । ସୂର୍ଯ୍ୟ ଚାରିପଟେ ୮ଗ୍ରହ ଘୂର୍ଣ୍ଣନ କରୁଛନ୍ତି ।


ତେବେ ଏହି ୮ ଗ୍ରହ ମଧ୍ୟରୁ ପୃଥିବୀକୁ ଛାଡି ଆଉ ୫ ଗ୍ରହକୁ ଖାଲି ଆଖିରେ ଦେଖିପାରିବେ । ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟ ଉପରେ ଶୁକ୍ର ଗ୍ରହ ଉଜ୍ଜଳ ଭାବେ ରହିବେ । ରାତି ବଢିବା ସହିତ ଏହି ଗ୍ରହଗୁଡିକ ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣାୟମାନ କରି କ୍ରମାନ୍ବୟରେ ଅସ୍ତ ହେବେ । ସେହି ସମୟରେ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବେ ।


ସାଧାରଣତଃ ବୁଧ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇଥାଏ । କିନ୍ତୁ ଡିସେମ୍ବର ୨୦ରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ । ଏହାସହିତ ୟୁରେନ୍ସ ଏବଂ ନାପଚୁନ ଗ୍ରହକୁ ମଧ୍ୟ ଖାଲି ଆଖିରେ ଦେଖିପାରିବେ । ଏହାକୁ ଏକ ବିରଳ ଏବଂ ମହାଜାଗତିକ ଦୃଶ୍ୟ ମଧ୍ୟ କହିପାରିବା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS