BREAKING
Loading...
:

ବିଦ୍ୟୁତ୍ ବିଭାଗ ପରିସରରୁ ଟ୍ରାନ୍ସଫରମର ଖୋଲି ଲୁଟି ନେଲେ ତମ୍ବା ତାର

 ବିଦ୍ୟୁତ୍ ବିଭାଗ ପରିସରରୁ ଟ୍ରାନ୍ସଫରମର ଖୋଲି ଲୁଟି ନେଲେ ତମ୍ବା ତାର

ଗଣିଆ (ମଣିଭଦ୍ରା ଖବର) ଗଣିଆ ବିଦ୍ୟୁତ୍ ବିଭାଗ ପରିସରରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି । ବିଭାଗ ପରିସରରେ ଥିବା ୮ଟି ଟ୍ରାନ୍ସଫରମର ଖୋଲି ସେଥିରେ ଥିବା ତମ୍ବା ତାରକୁ କେହି ଦୁବୁର୍ତ୍ତ ଚୋରି କରି ନେଇଥିବା ଜଣାପଡିଛି । ଏ ନେଇ ବିଭାଗ ତରଫରୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ଗଣିଆ ପୋଲିସ । ତେବେ ଏହି ଚୋରିରେ କିଏ ସଂପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ିବ ବୋଲି ଚର୍ଚ୍ଚା ଚାଲିଛି ‌ । ତେବେ ବିଦ୍ୟୁତ୍ ବିଭାଗକୁ ଲାଗି ଗଣିଆ ତହସିଲ ଅଫିସ ଥିଲେ ମଧ୍ୟ ସେଠାରୁ ଚୋରି ହେବା ଘଟଣା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ଚୋରିରେ ସ୍ଥାନୀୟ ଚୋରଙ୍କ ସଂପୃକ୍ତି ଥାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS