କୁଏତରେ ମୋଦିଙ୍କ ଜୟ ଜଗନ୍ନାଥ, ଓଡ଼ିଆ ଯୁବକଙ୍କ ସହ ଓଡ଼ିଶାକୁ ନେଇ ରହିଥିବା ଭିଜନ ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ କୁଏତ ଗସ୍ତ ସମୟରେ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଓଡ଼ିଆ ଯୁବକ ନିଜ ପରିଚୟ ଦେବା ସମୟରେ ପ୍ରତିଉତ୍ତରରେ ମୋଦି ଜୟ ଜଗନ୍ନାଥ ବୋଲି କହିଥିଲେ ।*
*ଓଡ଼ିଶାରେ ତୁମ ଘର କେଉଁଠି, ଏଠାରେ କଣ କାମ କରୁଛ ବୋଲି ଯୁବକ ଜଣଙ୍କୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ। ଯୁବକ ଜଣକ ମଧ୍ୟ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ କେନ୍ଦ୍ର ସରକାର ଅଧିକ ପ୍ରାଧାନ୍ୟ ଦେଉଥିବା କହିଥିଲେ । ଏଥି ସହିତ ଜାନୁଆରୀରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ମଧ୍ୟ ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ମାନସ କୁମାର ସାହୁ, କଟକ


إرسال تعليق