BREAKING
Loading...
:

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିକରି ପ୍ରତିବାଦ କଲେ ଆମ ଆଦମୀ ପାର୍ଟି

 ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିକରି ପ୍ରତିବାଦ କଲେ ଆମ ଆଦମୀ ପାର୍ଟି 

ଭୁବନେଶ୍ଵର (ମଣିଭଦ୍ରା ଖବର) ବ୍ରହ୍ମପୁର  ଲୋକସଭାରେ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅପମାନସୂଚ଼କ ମନ୍ତବ୍ୟ ପ୍ରଦାନ କରିଥିବାରୁ, ଗୃହମନ୍ତ୍ରୀ ଅମିତ ଶାହାଙ୍କର ଇସ୍ତଫା ଦାବୀ କରି ସାରା ଦେଶରେ ଆମ୍ ଆଦ୍‌ମୀ ପାର୍ଟି ତଥା ଅନ୍ୟ ବିରୋଧୀ ଦଳ ପ୍ରତିବାଦ କରୁଛନ୍ତି l ବିଜେପି ସରକାର ଶାସନ ବ୍ୟବସ୍ଥାକୁ ଆସିବା ଦିନ ଠାରୁ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଲଗାତାର ହତ୍ୟାକରି,ଶାସନର ଏବଂ ନିର୍ବାଚନ ପରିଚାଳନାର ଦୁରୁପଯୋଗ କରି ଚାଲିଛି l ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ସମ୍ବିଧାନ ଅନୁଯାୟୀ ସଂସଦୀୟ ଗଣତନ୍ତ୍ର ଏବଂ ଶାସନ ବ୍ୟବସ୍ଥା ଚାଲିବା ପାଇଁ ଵିଧି ବ୍ୟବସ୍ଥା ଥିଲା ବେଳେ, ପବିତ୍ର ଗୃହରେ ନିଜେ ଗୃହ ମନ୍ତୀ ଅମିତ ସାହା ବାବା ସାହେବଙ୍କ ପ୍ରତି ଅପମାନ ସୂଚକ ବକ୍ତବ୍ୟ ରଖିବା  ଦଳିତ ବର୍ଗ ଏବଂ ଦେଶ ପ୍ରତି ଘୋର ଅପମାନ ବୋଲି ପାର୍ଟି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଏବଂ ଆବାହକ ସୁବାଷ ରାଉତ ଛତ୍ରପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦରେ ନିଜ ବକ୍ତବ୍ୟ ରଖିଥିଲେ l

 ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା l 

କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଆଇନ ପରାମର୍ଶ ଦାତା କୈଳାଶ ସେଠୀ, ରମେଶ ବେହେରା, ଛତ୍ରପୁର ବିଧାନସଭା ଇନଚାର୍ଜ ଅଜାମ୍ବିଳ ବିଶ୍ୱାଳ, ସୁଦର୍ଶନ ମଲ୍ଲିକ, ସମାଜସେବୀ ମନୋଜ ମିଶ୍ର,ଆଡ଼ଭୋକେଟ ବିଷ୍ଣୁ ରାଣା, ହାକିମ ଖାନ, ସତ୍ୟପ୍ରକାଶ ସେଠୀ,ରଞ୍ଜନ କୁମାର ରାଉତ, ନିରଞ୍ଜନ ପାତ୍ର,ଦେବରାଜ ସେଠୀ, ଚିତ୍ତ ରଞ୍ଜନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS