BREAKING
Loading...
:

ଲଗାଣ ବର୍ଷାରେ କାନ୍ଦୁଚି ଚଷାପୁଅ

ଲଗାଣ ବର୍ଷାରେ କାନ୍ଦୁଚି ଚଷାପୁଅ

 ଦଶପଲ୍ଲା (ମଣିଭଦ୍ରା ଖବର) ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଧନ ଅମଳ  ବେଳକୁ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି। ପାଚିଲା ଧାନ ଫସଲ ବର୍ଷାରେ ମାଟିରେ ଲୋଟି ହୋଇଯାଇଛି । ବର୍ଷା ଆଶଙ୍କାରେ ଚାଷୀ କାଟି ଥିବା ଧାନ ଫସଲ ବିଲରେ ମଝିରେ ପଡ଼ିଛି। ଖଳାରେ ଗଦା କରି ରଖିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସେ ସବୁକୁ ମଧ୍ୟ ଭିଜେଇ ଦେଇଛି।ଶ୍ରମ ଓ ଅର୍ଥ ବ୍ୟୟ ଚାଷୀ ଯାହା ଅମଳ କରିବ ବୋଲି ଆଶା ରଖିଥିଲା ଅଦିନିଆ ବର୍ଷା ଯୋଗୁଁ ଅଶା ପାଣି ଫୋଟକା ପରି ମିଳେଇ ଗଲା।

ଆକାଶ କୁମାର ନାୟକ, ଦଶପଲ୍ଲା 

Post a Comment

أحدث أقدم
Header ADS