ନୟାଗଡ଼ରେ ଆଜ୍ଞାମାଳ ଧରି ପହଞ୍ଚିଲେ ପୁରୀରୁ ଆସିଥିବା ପ୍ରତିନିଧି ମଣ୍ଡଳୀ
ନୟାଗଡ଼ (ମଣିଭଦ୍ରା ଖବର) ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ରଥକାଠ ଅନୁକୂଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଗଣିଆସ୍ଥିତ ମା ବଡରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ପୁରୀରୁ ଆଜ୍ଞାମାଳ, ମହାପ୍ରସାଦ ଧରି ନୟାଗଡ଼ରେ ପହଞ୍ଚିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଉପସ୍ଥିତ ଅଛନ୍ତି। ନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ ସେମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ସେମାନଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିଛନ୍ତି । ଆସନ୍ତାକାଲି ମଙ୍ଗଳବାର ପୂର୍ବାହ୍ନରେ ଗଣିଆ ନିକଟସ୍ଥ ମା ବଡରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜାର୍ଚ୍ଚନା କରାଯିବ ବୋଲିି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق