BREAKING
Loading...
:

ଉଚ୍ଚଶିକ୍ଷା ଡିଗ୍ରି ଦେଇପାରିବେନି ମଦ୍ରାସା ବୋର୍ଡ଼ : ସୁପ୍ରିମକୋର୍ଟ

 ଉଚ୍ଚଶିକ୍ଷା ଡିଗ୍ରି ଦେଇପାରିବେନି ମଦ୍ରାସା ବୋର୍ଡ଼ : ସୁପ୍ରିମକୋର୍ଟ 

(ମଣିଭଦ୍ରା ଖବର) ସୁପ୍ରିମ୍ କୋର୍ଟ ମଙ୍ଗଳବାର  ୨୦୦୪ର ସାମ୍ବିଧାନିକ ବୈଧତାକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମଦ୍ରାସା ବୋର୍ଡ ପିଲାମାନଙ୍କୁ ଉଚ୍ଚତର ଡିଗ୍ରୀ ଦେଇପାରିବ ନାହିଁ। ଅର୍ଥାତ୍ ମଦ୍ରାସାର ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିପାରିବେ କିନ୍ତୁ ସ୍ନାତକୋତ୍ତର ଓ ସ୍ନାତକୋତ୍ତର ପାଇଁ ଫାଜିଲ ଓ କାମିଲ ନାମରେ ଦିଆଯାଇଥିବା ଡିଗ୍ରୀ ନେଇପାରିବେ ନାହିଁ କାରଣ ଏହା ୟୁଜିସି ନିୟମ ବିରୁଦ୍ଧ ।

ପ୍ରଧାନ ବିଚାରପକି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ଜେବି ପାର୍ଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ମଦ୍ରାସା ଆଇନ ରାଜ୍ୟ ବିଧାନସଭାର ଆଇନଗତ କ୍ଷମତା ଭିତରେ ରହିଛି। ତେବେ ଫାଜିଲ ଓ କାମିଲ ଭଳି ଉଚ୍ଚଶିକ୍ଷା ଡିଗ୍ରୀକୁ ନିୟନ୍ତ୍ରଣ କରିବା ପାଇଁ ମଦ୍ରାସା ଆଇନର ବ୍ୟବସ୍ଥା ଅସାମ୍ବିଧାନିକ କାରଣ ଏହା ୟୁଜିସି ଆଇନର ଉଲ୍ଲଂଘନ କରୁଛି।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS