BREAKING
Loading...
:

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ

 ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ

ଭାପୁର(ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ଜରିଆରେ ଆଳୁ ବିହନ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଧା ରାଜ୍ୟ ସରକାରଙ୍କ ପକ୍ଷରୁ ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୧୨୫ କ୍ଵିଣ୍ଟାଲ ଆଳୁ ବିହନ  ଚାଷୀ ମାନଙ୍କୁ ବଣ୍ଟନ ପାଇଁ ଆସିଛି। ପ୍ରତ୍ୟେକ ଚାଷୀ ମାନଙ୍କୁ ସର୍ବନିମ୍ନ ୨୮ ଡିସିମିଲି ଥିବା ଚାଷ ଜମି ପାଇଁ  ୩ ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୧୫୦ କେଜି ଆଳୁ ବିହନ ଦିଆଯିବ । ସେହିପରି ସର୍ବାଧିକ ୫୦ଡିସିମିଲି ଚାଷ ଜମି ପାଇଁ ୫ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୨୫୦ କେଜି ଆଳୁ ବିହନ ପ୍ରଦାନ କରାଯିବ। ଚାଷୀ ମାନଙ୍କୁ ୩ ପ୍ୟାକେଟ ଆଳୁ ବିହନ ପାଇଁ  

 ୩ହଜାର ଟଙ୍କା ଏବଂ ୫ ପ୍ୟାକେଟ ଆଳୁ ବିହନ ପାଇଁ ୫ହଜାର ଟଙ୍କା ପୈଠ କରିବାକୁ ପଡିବ। ଚାଷୀ ମାନେ ଚାଷ ଜମିରେ ବିହନ ଲଗାଇବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କର ଆଳୁ ଚାଷ ଜମିକୁ ସର୍ବେକ୍ଷଣ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପୈଠ କରିଥିବା ପ୍ରାପ୍ୟର ଶତକଡ଼ା ୫୦ ଭାଗ ରିହତି ଯୋଗାଇ ଦିଆଯିବ ବୋଲି ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରିଣୀ ୟସମିନ୍ ଗୁଲନାଜ ପ୍ରକାଶ କରିବା ସହ ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ୮୦ ଜଣ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଛି। 


ବିଭୂତି ମହାପାତ୍ର, ଭାପୁର 

Post a Comment

Previous Post Next Post
Header ADS