BREAKING
Loading...
:

ଖଣ୍ଡପଡାରେ ୩୦ତମ ବିଜ୍ଞାନ ମେଳା ଅନୁଷ୍ଠିତ

 ଖଣ୍ଡପଡାରେ ୩୦ତମ ବିଜ୍ଞାନ ମେଳା ଅନୁଷ୍ଠିତ 

    


 ଖଣ୍ଡପଡା (ମଣିଭଦ୍ରା ଖବର) ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ମଣ୍ଡଳ ସ୍ତରୀୟ ବିଗ୍ୟାନ ମେଳା ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରୀୟ ଅଭିଯାନ ଓ ଜାତୀୟ ଶିଖ୍ୟା ପ୍ରତିଷଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଗ୍ୟାନ ମେଳାରେ ପରିବେଶ ଅନୁକୂଳ ଉର୍ନତ ଭବିଷ୍ୟତ ପାଇଁ ବିଗ୍ୟାନ ଏବଂ ପ୍ରଯୁକ୍ତିବିଦ୍ୟା ସଂପର୍କିତ ବିଷୟବସ୍ତୁ ଉପରେ ଆଧାରୀତ ପ୍ରକଳ୍ପ ଗୁଡିକ ବିଗ୍ୟାନ ମେଳାରେ ସ୍ଥାନ ପାଇଥିଲା।ଖଣ୍ଡପଡା ବ୍ଲକ ଅଧିନ ବିଭିର୍ନ ବିଦ୍ୟାଳୟରୁ ସର୍ବମୋଟ ୧୨୩ଟି ପ୍ରକଳ୍ପ ସ୍ଥାନ ପାଇଥିଲା।ଉଦ୍ଘାଟନୀ ଉସ୍ଛବରେ ମୂଖ୍ୟ ଅତିଥୀ ଭାବେ ଖଣ୍ଡପଡା ଗୋଷ୍ଠି ଉର୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସନ୍ମାନୀତ ଅତିଥୀ ଭାବେ ଖଣ୍ଡପଡା ଗୋଷ୍ଠି ଶିଖ୍ୟା ଅଧିକାରୀ କୈଳାଶ ଚନ୍ଦ୍ର କର,ଅତିରିକ୍ତ ଗୋଷ୍ଠି ଶିଖ୍ୟା ଅଧିକାରୀ କଳିଙ୍ଗ ଚନ୍ଦ୍ର ନାୟକ,ପ୍ରଦିପ କୁମାର ସାହୁ,ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିଖ୍ୟୟତ୍ରୀ ଶ୍ରୀମତି ଲିପ୍ସା ନନ୍ଦ,ବିଗ୍ୟାନ ମେଳାର ସଂପାଦକ ତଥା ଯୋଗିଆ ପଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିଖ୍ୟକ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅପରାହ୍ନରେ ଆୟୋଜିତ ଉଦଯାପନ ଉସ୍ଛବରେ ମୂଖ୍ୟ ଅତିଥୀ ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଗ୍ୟାନ ମନସ୍ଥ ହେବାପାଇଁ ପରାମର୍ଶ ଦେଇଥିଲେ।ସନ୍ମାନୀତ ଅତିଥୀ ଭାବେ ଜିଲ୍ଲା ଶିଖ୍ୟା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ,ଗୋଷ୍ଠିଶିଖ୍ୟା ଅଧିକାରୀ ଶ୍ରୀଯୁକ୍ତ କର,  ଅତିରୀକ୍ତ ଗୋଷ୍ଠି ଶିଖ୍ୟା ଅଧିକାରୀ ନାରାୟଣ ଦାଶ ଓ ଖଣ୍ଡପଡା ବ୍ଲକ ଅଧ୍ୟଖ୍ୟା ଉପମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଶିଦ୍ଧାର୍ଥ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS