BREAKING
Loading...
:

ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

 ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ବ୍ଳକର ବିଭିନ୍ନ ପଞ୍ଚାୟତର ସମସ୍ତ ଲୋକପ୍ରତିନିଧିଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ ଦମକଳ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଶିବିର ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । 

ଏହି ଶିବିରକୁ ସୂଚାରୁରୂପେ ପରିଚାଳନା କରିବାକୁ ସମସ୍ତେ ଚେଷ୍ଟା କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ନିବେଦନ କରିଥିଲେ । ଚଳିତ ବର୍ଷ ୨୩୮ ଜଣ  ନୂତନ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ଜଣାପଡିଛି । ଯେଉଁ ମାନେ ପୁରୁଣା ହାତଲେଖା ସାର୍ଟିଫିକେଟ ପାଇଛନ୍ତି ସେମାନେ ସେଗୁଡ଼ିକ ବଦଳାଇ ଶିବିର ଦିନ ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ନିବେଦନ କରିଥିଲେ । ଯଦି ଯେଉଁ ମାନେ ଆବେଦନ କରିନାହାନ୍ତି ତେବେ ସେମାନେ ବ୍ଳକ କାର୍ଯ୍ୟାଳୟରେ ୨୦ ତାରିଖ ପୂର୍ବରୁ ଆବେଦନ କରିବାକୁ ସଭାରେ ସୂଚନା ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS