BREAKING
Loading...
:

କୋସଲୀ ଖାନା କୋସଲୀ ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ

 ତହଁକ କୁଟୁମର 

କୋସଲୀ ଖାନା କୋସଲୀ ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବଲାଙ୍ଗୀର,ତା ୨୧/୧୦ : (ମଣିଭଦ୍ରା ଖବର) ସ୍ଥାନୀୟ  ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତହଁକ କୁଟୁମ  ତରଫରୁ ବ୍ୟଙ୍ଗ କବି ଅର୍ଜୁନ ସାହୁଙ୍କ ସଭାପତିତ୍ବରେ କୋସଲୀ ଖାନା କୋସଲୀ ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ଯ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମନୋରଞ୍ଜନ ଯୋଷୀ ଯୋଗଦେଇ ଗୋଟିଏ ଅଞ୍ଚଳର ସଂସ୍କୃତି,ପରମ୍ପରା ସେହି ଅଞ୍ଚଳର  ପରିଚୟ ଦେଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ  । 

ସମ୍ମାନିତ ଅତିଥିଭାବେ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ , ସାମ୍ବାଦିକ ଚିତ୍ତ ରଞ୍ଜନ ମିଶ୍ର, ସମାଜସେବୀ ଜଗବନ୍ଧୁ ପଟେଲ ଯୋଗଦେଇ ଆମ ଅଞ୍ଚଳର ଖାଦ୍ୟ ଯେତେ ସୁସ୍ବାଦୁ ସେତେ ହିତକର ବୋଲି ବକ୍ତବ୍ୟରେ କହିଥିଲେ। ଏପରି ଏକ ଭିନ୍ନ ଚିନ୍ତାଧାରାର ଜଙ୍ଗଲୀ ଖାଦ୍ୟପେୟଠୁ ପ୍ରଚଳିତ ସମସ୍ତ ଖାଦ୍ୟ ପ୍ରଦର୍ଶନ ସହ ବିଭିନ୍ନ ଖାଦ୍ୟ ଉପରେ କବିମାନେ କବିତା ପଠନ କରିଥିଲେ । ସାରା ଦେଶରେ ଭୁଜାକୁ ନେଇ ବଲାଙ୍ଗୀର ମାଟିର ନାମକୁ ପ୍ରତିଷ୍ଠିତ କରେଇଥିବା ପ୍ରସିଦ୍ଧ ମୁଢ଼ିବାଲା ନକୁଳ ପଟ୍ଟନାୟକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟଜ୍ଞାପନ କରିଥିବା ବେଳେ କବି ଦିଲ୍ଲିପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ  । ଦ୍ବୀତୀୟ ଅଧିବେଶନରେ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କୋସଲୀ କବିତା ଆସରରେ ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସାମ୍ବାଦିକ ସନ୍ଦୀପ କୁଅଁର, ବିପ୍ଳବୀ କବି ରାଜୀବ ଭୋଇ,କବି ଶଙ୍କର୍ଷଣ ସାହୁ,  ଇଂ ଗୋପାଳ ଚନ୍ଦ୍ର ମେହେର ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ  । କବୟିତ୍ରୀ ପ୍ରଭାସିନୀ ଭୋଇ,  କସ୍ତୁରୀ ରଥ କବିତା ଆସରକୁ ସଂଯୋଜନା କରିଥିବାବେଳେ ଜ୍ୟୋତିରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବି ଗରିବ ମଲ୍ଲିକ, ଭବାନୀ ଶଙ୍କର ମିଶ୍ର,  ମିଳନ ପଣ୍ଡା,  ରୋଶନ ସାହୁ , ଗଜେନ୍ଦ୍ର  ସେଠି, ଦିଗାମ୍ବର ନାଏକ,  ବିବେକ ପଧାନ, ପ୍ରହଲ୍ଲାଦ ଦଣ୍ଡସେନା ତଥା ତହଁକ କୁଟୁମର  ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS