BREAKING
Loading...
:

ଜାଗାବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ଯରେ ହଣାକଟା

 ଜାଗାବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ଯରେ ହଣାକଟା

କଟକ (ମଣିଭଦ୍ରା ଖବର) ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପପୁର ପଞ୍ଚାୟତ ପଙ୍କାଳ ଗ୍ରାମରେ ଜାଗାବାଡି କୁ ନେଇ ଦୁଇଟି ପରିବାର ଭିତରେ ହଣାକଟା। ସୂଚନା ରୁ ପ୍ରକାଶ ଯେ ଗତ କିଛି ଦିନ ଧରି ବୈକୁଣ୍ଠ ସାହୁ ଓ ମାନଗୋବିନ୍ଦ ସାଉଙ୍କ ପରିବାର ଭିତରେ ଜାଗାବାଡି କୁ ନେଇ ସଂଘର୍ଷ ଲାଗିରହିଥିଲା । ପୂର୍ବରୁ ମଧ୍ୟ ବଡ଼ମ୍ବା ଥାନା ରେ ୪ ଥର ଅଭିଯୋଗ ହୋଇ ସମାଧାନ ହୋଇଥିଲା। ଆଜି ହଠାତ୍ ପାଟିତୁଣ୍ଡ ଲାଗିଥିଲା। ପାଟିତୁଣ୍ଡ ଭିତରେ ବୈକୁଣ୍ଠ ସାହୁଙ୍କ ପରିବାର ରୁ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ମାନଗୋବିନ୍ଦ ସାଉଙ୍କ ପରିବାର ରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ରକ୍ତ ଯୁଡୁବୁଡୁ ଅବସ୍ଥାରେ ବଡ଼ମ୍ବା ଥାନାରେ ପହଞ୍ଚି ଥିଲେ। ବଡ଼ମ୍ବା ଥାନା ଅଧିକାରୀ ଉଭୟ ପରିବାର ଲୋକଙ୍କୁ ମେଡିକାଲ୍ ପଠାଇ ତୁରନ୍ତ ଚିକିତ୍ସା ହେବା ପାଇଁ କହିଥିଲେ ଏବଂ ସାଙ୍ଗରେ ଦୁଇଜଣ ପୋଲିସ୍ କର୍ମଚାରୀ ଙ୍କୁ ତାଙ୍କ ସହିତ ପଠାଇଥିଲେ। ବଡ଼ମ୍ବା ମେଡ଼ିକାଲ ରେ ଡାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିବା ପରେ ୪ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।।

ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS