BREAKING
Loading...
:

ଶିଶୁରାଇଜ ଠାରେ ପୁସ୍ତକ "ସୂର୍ଯ୍ୟ ସ୍ନାନ" ଉନ୍ମୋଚିତ

 ଶିଶୁରାଇଜ ଠାରେ ପୁସ୍ତକ "ସୂର୍ଯ୍ୟ ସ୍ନାନ" ଉନ୍ମୋଚିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଶିଶୁ ରାଇଜ ପରିସରରେ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ  କବିତା ଆସର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁର୍ଯୋଧନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପଦେଷ୍ଟା ଗିରିଶ କୁମାର ମିଶ୍ର, ସମ୍ପାଦକ ପୂର୍ଣ୍ଣିଚନ୍ଦ୍ର ସାହୁ, ସମୀକ୍ଷକ ମହେନ୍ଦ୍ର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଜଗତର ନାଥ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ଧୁପପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

 ପ୍ରାୟ ୩୦ରୁ ଅଧିକ କବି ଆଜିର ଏହି କବିତା ପାଠୋତ୍ସବରେ ଉପସ୍ଥିତ ରହି ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ଉପଦେଷ୍ଟା ତଥା ଅଭିନେତା ଗିରିଶ କୁମାର ମିଶ୍ର ସମସ୍ତ କବିତା ଗୁଡ଼ିକ ସୁନ୍ଦର ପରିକଳ୍ପନା ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଶିକ୍ଷକ ଭାଗିରଥି ଜାନିଙ୍କ ରଚିତ ପୁସ୍ତକ "ସୂର୍ଯ୍ୟ ସ୍ନାନ" ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ସୁନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS