BREAKING
Loading...
:

ଗଣିଆରେ ଶାନ୍ତି ଶୃଙ୍ଖଳାରେ ଭଷାଣୀ ଶେଷ

 ଗଣିଆରେ ଶାନ୍ତି ଶୃଙ୍ଖଳାରେ ଭଷାଣୀ ଶେଷ 

ଗଣିଆ( ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲାର ଗଣିଆ ରେ ଶାନ୍ତି ଶୃଙ୍ଖଳାରେ ମାଁ ଙ୍କ ଭଷାଣୀ ଶେଷ ହୋଇଛି । ଗଣିଆ ଗ୍ରାମ ର ବଜାର ଓ ବିଭିନ୍ନ ସାହିରେ ମୋଟ ସାତ ଗୋଟି ମେଢ ନିର୍ମିତ ହେଇଥିଲା । ସପ୍ତମୀ ଠାରୁ ଦଶହରା ପର୍ଯ୍ୟନ୍ତ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ପୂଜା ସରିବାପରେ ଆଜି ସମସ୍ତ ମେଢ ପଟୁଆରରେ ବିସର୍ଜନକୁ ବାହାରିଥିଲେ । ପୋଲିସ ପ୍ରଶାସନର ସହଯୋଗ ରେ ମେଢ ଗୁଡିକ ସମସ୍ତ ଗ୍ରାମ ପରିକ୍ରମା କରି ଜଳାଶୟ ରେ ବିସର୍ଜୀତ ହୋଇଥିଲେ । ବ୍ରାହ୍ମଣ ସାହି ମେଢ ପଟୁଆରରେ ସମସ୍ତ ସଦସ୍ୟ ଧୋତି ପିନ୍ଧି ଘଣ୍ଟ ଘଣ୍ଟା ବଜାଇ ଭଜନ କୀର୍ତ୍ତନ ସହିତ ଗ୍ରାମ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଘାଗେରା ନାଳ, ପୋଖରୀରେ ମେଢ଼ ଗୁଡିକ ବିସର୍ଜନ ହୋଇଥିଲା । କିନ୍ତୁ ପ୍ରଶାସନ ତରଫରୁ ଯଦି ମେଢ଼ ବିସର୍ଜନ ପାଇଁ ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯାଇ ଥାଆନ୍ତା ତେବେ ନାଳ, ପୋଖରୀ ଗୁଡିକ ଅପରିଷ୍କାର ହେବାରୁ ବଞ୍ଚିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS